ଡେରାଶ ରେ ଗୁଣ୍ଡାରାଜ୍ , କିଏ ଦେଉଛି ପ୍ରୋତ୍ସାହନ

0 280

ଭୁବନେଶ୍ୱର;୧୬/୧୧- ପ୍ରାକୃତିକ ସୈାନ୍ଦର୍ଯ୍ୟରେ ଭରା ଡେରାସ ।ବିଭିନ୍ନ ସମୟରେ  ଏହି ପ୍ରାକୃତିକ ଭରା  ସୈାନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ   ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ହେଲେ ଏହି ଡେରାସରେ ସ୍ଥାନୀୟ ଲୋକଙ୍କ ଗୁଣ୍ଡାରାଜ ଚାଲିଛି । ଅବାଦରେ ଡେରାସ ଡ୍ୟାମ୍ ଭିତରକୁ ପ୍ରବେଶ କରିବା ସହ ପର୍ଯ୍ୟଟକଙ୍କୁ ମଧ୍ୟ ଆକ୍ରମଣ କରିବାର ନଜିର୍ ରହିଛି । ଯାହାର ଏକ ଦୃଷ୍ଟାନ୍ତ ମୁଳକ ଉଦାହରଣ ଶୁକ୍ରବାର ଦିନ ଦେଖିବାକୁ ମିଳିଛି ।
ପ୍ରକାସ ଯେ , ଚନ୍ଦକା ଥାନା ଅଧିନରେ ଥିବା ତ୍ରିପଲ ଆଇଟିର (IIIT)୮ଜଣ ଛାତ୍ର ଡେରାସକୁ ବୁଲିବାକୁ ଯାଉଥିଲେ । ସେହିସମୟରେ ସ୍ଥାନିୟ ଲୋକ ବିନା ଟିକେଟ୍ ରେ  ଭିତରକୁ ପ୍ରବେଶ କରୁଥିବା ବେଳେ ଏହି କଲେଜ ପିଲାମାନେ ଭିତରକୁ ପ୍ରବେଶ କରିଥିଲେ । ଗେଟ୍ ରେ  ଥିବା ଫରେଷ୍ଟର ଗାର୍ଡ ସେମାନଙ୍କୁ ମନା କରିଥିଲେ । ପିଲାମାନେ ଗେଟ୍ ପାଖକୁ ଆସି ଟିକେଟ୍ କରି ଅଭୟାରଣ୍ୟକୁ ପ୍ରବେଶ କରିଥିଲେ । ଭିତରେ ବୁଲାବୁଲି ସାରି ଫେରିବା ବେଳେ ପ୍ରବେଶପଥରେ ସ୍ଥାନୀୟ ଗ୍ରାମର ସୁବାସ ଚନ୍ଦ୍ର ସାହୁ ଓରଫ ପପୁ ସେମାନଙ୍କୁ ରୋକି ବିନା କାରଣରେ ନିଜର ଦୈାରାମ୍ୟ ଦେଖେଇଥିଲା । ଛାତ୍ରମାନଙ୍କୁ ଡାକି କାହିଁକି ବିନା ଟିକେଟ୍ ରେ ପ୍ରବେଶ କରୁଥିଲ ବୋଲି କହିଥିଲା । ଛାତ୍ରମାନେ ତାଙ୍କୁ ପ୍ରତିଉତ୍ତରରେ କହିଥିଲେ ଯେ , କିଛି ଲୋକ ଟିକେଟ୍ ନକରି ଭିତରକୁ ପ୍ରବେଶ କରିଥିଲେ । ଆମେ ସେମାନଙ୍କୁ ଦେଖି ଭିତରକୁ ପ୍ରବେଶ କରିଥିଲୁ । ଆମକୁ ଫରେଷ୍ଟର ସାର୍ ଡାକିବାରୁ ଆମେ ଟିକେଟ୍ କରି ଭିତରକୁ ଯାଇଥିଲୁ ବୋଲି କହିବାରୁ ସୁବାସ ଛାତ୍ରମାନଙ୍କ ସହ ଯୁକ୍ତିତର୍କ କରିଥିଲା । ପରେ ଉଦ୍କ୍ଷିପ୍ତ ହୋଇ ସୁବାସ ସେମାନଙ୍କୁ ମଧ୍ୟ ମାର୍ ପିଟି କରିଥିଲା । ଏନେଇ ତ୍ରିପଲ ଆଇଟି କଲେଜର ଭାନୁଚରଣ ଚୈାହ୍ୱାନ୍ ନାମକ ଛାତ୍ର ଚନ୍ଦକା ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗକୁ ଭର୍ତ୍ତିକରି ଚନ୍ଦକା ଥାନା ପୋଲିସ ତଦନ୍ତ କରି ସୁବାସ ସାହୁକୁ ଶନିବାର ଦିନ ଗିରଫ କରି କୋର୍ଟ ଚାଲଣ କରିଥିବା ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି ।
ଏଭଳି ଘଟଣାରେ , ଡେରାସ ର ନାଁ ସୁଣିଲେ ପ୍ରର୍ଯ୍ୟଟକଙ୍କ ମନରେ ସତେ ଯେମିତି ଛନକା ପଶିଯାଉଛି । କାରଣ ଡ୍ୟାମ୍ ନୁହେଁ , ସ୍ଥାନୀୟ ଲୋକଙ୍କ ଦୈାରାମ୍ୟ ପର୍ଯ୍ୟଟକଙ୍କ ଚିନ୍ତାର କାରଣ ପାଲଟିଛି । ଦିନକୁ ଦିନ ଡେରାସରେ ସ୍ଥାନୀୟ ଲୋକଙ୍କ ଗୁଣ୍ଡାରାଜ ବଢିବାରେ ଲାଗିଛି । ସତେ ଯେମିତି ତାଙ୍କ ଅଧିନରେ ରହିଛି ଡେରାସ ଡ୍ୟାମ୍ । କେତେବେଳେ ପର୍ଯ୍ୟଟକଙ୍କୁ ମାଡ ମାରୁଛନ୍ତି ତ ଆଉ କେତେବେଳେ ଗୁଣ୍ଡାଗର୍ଦୀ ଦେଖାଉଛନ୍ତି । କାରଣ କଲେଜ ପିଲାଙ୍କୁ ବିନା କାରଣରେ ମାଡମରିବା ସହ ଧମକ ଚମକ ମଧ୍ୟ ଦେଇଥିଲେ । ଏଥିପାଇଁ ପ୍ରୋତ୍ସାହନ ଦେଉଛି କିଏ ? କାହା ବଳରରେ ଏତେ ବଳିଆନ ହେଉଛନ୍ତି ସ୍ଥାନୀୟ ଲୋକେ । ଏମିତି ଅନେକ ପ୍ରଶ୍ନ ପର୍ଯ୍ୟଟକଙ୍କ ମହଲରେ ପ୍ରଶ୍ନସୃଷ୍ଟି କରିଥିବା ବେଳେ ପୁରା ଘଟଣା ଥିଲା ବି ଏମିତି । ତେବେ ଏହି ଡେରାସ ଡ୍ୟାମ୍ ସିକ୍ୟୃରିଟି ବ୍ୟବସ୍ଥା ଥିଲେ ମଧ୍ୟ କିଭଳି ସ୍ଥାନୀୟଲୋକଙ୍କୁ ବିନା ଟିକେଟ୍ ରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି । ଏଭଳି କରିବାକୁ କିଏ ଦେଉଛ ପ୍ରୋତ୍ସାହନ । ଗୋଟିଏ ପଟେ ଅବାଦରେ ପ୍ରବେଶ କରିବା ଓ ଅନ୍ୟପଟେ ପର୍ଯ୍ୟଟକଙ୍କୁ ମାଡ ମାରିବା କେତେ ଯୁକ୍ତିଯୁକ୍ତ । ଯଦି ଆକ୍ରମଣରେ ପର୍ଯ୍ୟଟକଙ୍କ କିଛି ବି ହୋଇଥାନ୍ତା ଏଥିପାଇଁ ଦାୟୀ କିଏ ରହିଥାନ୍ତା । ଏଭଳି ଆଚରଣ ଫଳରେ ଡେରାସକୁ ପର୍ଯ୍ୟଟକଙ୍କ ଆଗମନ ବଢିବ ନା କମିବ । ସେନେଇ ଅବଗତ ଅଛନ୍ତି ତ କର୍ତ୍ତୁପକ୍ଷ ।

Leave A Reply

Your email address will not be published.