ସଙ୍କଳ୍ପ ଦେଲା ସ୍ୱାସ୍ଥ୍ୟସେବା

0 548

ଭୁବନେଶ୍ୱର ,୧୭/୧୧- ସଙ୍କଳ୍ପ ପାଇଁ ମିଳିଲା ସ୍ୱାସ୍ଥ୍ୟସେବା । ୫୦ଜଣ ବରିଷ୍ଠନାଗରିକଙ୍କର ସ୍ୱାସ୍ଥ୍ୟ ପରିକ୍ଷା ଆଜି ହୋଇଛି । ବରିଷ୍ଠ ନାଗରିକମାନଙ୍କୁନେଇ ଗଠିତ ସଙ୍କଳ୍ପ ରବିବାରଦିନ ଚନ୍ଦକାସ୍ଥିତ ଇଷ୍ଟିଟ୍ୟୁଟ୍ ଅଫ ହେଲଥ୍ ସାଇନର୍କଲେଜ ପରିଦର୍ଶନରେ ଯାଇଥିଲେ । ଏଥିରେ ୫୦ରୁ ଉର୍ଦ୍ଧ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଯୋଗଦାନ କରିଥିଲେ । ସେମାନଙ୍କର ବାକ୍, ଶ୍ରବଣ ପରିକ୍ଷା ଫିଜିଓଥୋରାପି , ବାର୍ଦ୍ଧକ୍ୟଜନିତ ରୋଗର ପରୀକ୍ଷା ଓ ଚିକିସ୍। କଲେଜରେ କରାଯାଇଥିଲା । ବୃଦ୍ଧବସ୍ଥାରେ ହେଉଥିବା ଶାରରିକ ଓ ମାନସିକ ଅସୁବିଧା ଏବଂ ଏହାର ନିରାକରଣ ବିଷୟରେ ଇଷ୍ଟିଟ୍ୟୁଟ୍ ଅଫ ହେଲଥ୍ ସାଇନ୍ସ ର ଅଧକ୍ଷ ଡ.ସନ୍ତୋଷକୁମାରମିଶ୍ର ଙ୍କଦ୍ୱାରା ବିସ୍ତୃତବିବରଣୀ ପ୍ରଦାନ କରାଯାଇଥିଲା । ନିର୍ଦ୍ଦେଶକ ପ୍ରଫେସର ସତ୍ୟ ମହାପାତ୍ର କଲେଜର ପାଠ୍ୟକ୍ରମ ଓ ଚିକିସ୍। ଉପରେ ଆଲୋକପାତ କରିଥିଲେ ।

ସମାଜର ସମସ୍ତ ବରିଷ୍ଠ ନାଗରିକାମାନଙ୍କର ଅସୁବିଧା କୁ ଧ୍ୟାନ ଦେବାସହ ଓ ମୁଲ୍ୟବୋଧକୁ ଗୁୁରୁତ୍ୱଦେଇ ଏକ ନିରନ୍ତର ପ୍ରୟାସ ପାଇଁ ରେସ୍ପେକ୍ଟବିଲ୍ କ୍ଲବ୍ ଆରମ୍ଭ କରାଯାଇଥିଲା । ସଙ୍କଳ୍ପର ସଭାପତି ରବିନ୍ଦ୍ରକୁମାରମହ।ନ୍ତି, ନିଧିସେନାପତି, ରଜନିକାନ୍ତ ପାଢୀ, ଡମ୍ବରୁଧର ଭୁୟାଁଙ୍କ ସହ ବହୁ ବରିଷ୍ଠ ନାଗରିକମାନେ ଯୋଗଦାନ କରିଥିଲେ । ସମାଜସେବୀ ଇଂ.ଦୀଲିପକୁମାରସାହୁ ଶେଷରେ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.