ଦେଶରେ ପ୍ରଥମ କିଷାନ ରେଳ ସେବା ଆରମ୍ଭ ହେବ

0 344

ନୂଆଦିଲ୍ଲୀ୬/୮ (ସତ୍ୟସନ୍ଧାନଡେସ୍କ)ଶୁକ୍ରବାରଠାରୁ ଦେଶରେ ପ୍ରଥମ କିଷାନ ରେଳ ସେବା ଆରମ୍ଭ ହେବାକୁ ଯାଉଛି। ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇ କେନ୍ଦ୍ର ସରକାର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷ କିଷାନ ରେଲ୍ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଶୁକ୍ରବାରଠାରୁ ଦେଶରେ ପ୍ରଥମ କିଷାନ ରେଳ ସେବା ଆରମ୍ଭ ହେବାକୁ ଯାଉଛି। ଏହାଦ୍ୱାରା ଅନେକ ରାଜ୍ୟର ଚାଷୀ ସିଧାସଳଖ ଫାଇଦା ପାଇବେ । ମହାରାଷ୍ଟ୍ରର ଦେଓଲାଲି ଷ୍ଟେସନରୁ ପ୍ରଥମ ଟ୍ରେନ ବାହାରି ବିହାରସ୍ଥିତ ଦାନାପୁର ରେଳ ଷ୍ଟେସନରେ ପହଞ୍ଚିବ। ଏହି ୨ ଷ୍ଟେସନ ମଧ୍ୟରେ ଟ୍ରେନଟି ପ୍ରାୟ ୧୫୧୯ କି.ମି.ର ରାସ୍ତାକୁ ୩୨ ଘଣ୍ଟାରେ ଅତିକ୍ରମ କରିବ।ଏହି ଟ୍ରେନ ଯୋଗେ ଚାଷୀମାନେ ପନିପରିବା, ଫଳ, ଖାଦ୍ୟଶସ୍ୟ ଆଦି ପରିବହନ କରିପାରିବେ।

Leave A Reply

Your email address will not be published.