ଦେଶୀମଦ ସହ ବେପାରୀ ଗିରଫ

0 149

ବାରଙ୍ଗ, ୬।୯(ଏସଏସନିଉଜ) ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ଗୋଡ଼ିସାହି ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ ପକ୍ଷରୁ ପୁରୀ ମୁଖ୍ୟ କେନାଲ ନିକଟରେ ନାକାବନ୍ଦୀ କରାଯାଇଥିଲା। ଏହି ସମୟରେ ଏକ ନାଲି ରଙ୍ଗର ଆକ୍ଟିଭା ସ୍କୁଟି ଓଡ଼ି୦୫ଏୱାଇ୪୮୮୦ ରେ ଦେଶୀମଦ ନେଇ ଆସୁଥିବା ସାନମୁଣ୍ଡଳୀ ଗ୍ରାମର କାହୁଁ ଚରଣ ଦଳେଇ(୨୬) ପୋଲିସ ଅଟକାଇବାପରେ ବ୍ୟବସାୟ ଉଦେଶ୍ୟରେ ନେଇଯାଉଥିବା ୪ଟି ବ୍ଲାଡରରେ ଥିବା ୮୦ ଲିଟର ଦେଶୀରନ୍ଧାମଦକୁ ଜବତ କରିବାରେ ପୋଲିସ ସକ୍ଷମ ହୋଇଥିଲା।ଏହାସହ ସ୍କୁଟି କୁ ଜବତ କରିବାସହ କାହୁଁକୁ ଗିରଫ କରିଥିଲା ପୋଲିସ।୩୨୯/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି ପୋଲିସ କାହ୍ନୁକୁ କୋର୍ଟଚାଳଣ କରିଛି।(ଗୈାତମରାଉତଙ୍କରିପୋର୍ଟ)

Leave A Reply

Your email address will not be published.