ହାତୀ ନଷ୍ଟକଲା ଧାନଫସଲ

0 78

ବାରଙ୍ଗ,୬ା୯(ଏସଏସନିଉଜ) ଚନ୍ଦକା ଡମପଡା ଅଭୟାରଣ୍ୟରେ ନିକଟସ୍ଥ ବାଆଁରା ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି।ଏହି ହାତୀପଲ ଉପଦ୍ରଵ ଯୋଗୁ ବ୍ୟାପକ ଧାନଫସଲ ନଷ୍ଟ ହୋଇଛି । ଗତ ଦୁଇ ଦିନ ହେବ ବାଁଆରା ଅଞ୍ଚଳରେ ହାତୀ ଉପଦ୍ରଵ ଦେଖିବାକୁ ମିଳିଛି । ଦୁଇଦିନ ଧରି ଚନ୍ଦକା ଅଞ୍ଚଳରୁ ୭ ଟିକିଆ ହାତୀପଲ ଆସି ବାଆଁରା , ରାମଚଣ୍ଡୀ ଅଞ୍ଚଳରେ ହେକ୍ଟର ହେକ୍ଟର ଧାନ ଫସଲ ଦଳି ନଷ୍ଟ କରି ଦେଇଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳରେ ବାରମ୍ବାର ହାତୀ ଜନ ବସତିମୁହାଁ ହେଉଥିବାବେଳେ ଚାଷୀଙ୍କ ଫସଲ ନଷ୍ଟ ହେଉଛି। ଅନ୍ୟପଟେ ଖବର ପାଇ ବନବିଭାଗର ଏକ ଟିମ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରି ଫେରିଥିବାର ଜଣାପଡିଛି ।(ଗୈାତମରାଉତଙ୍କରିପୋର୍ଟ)

Leave A Reply

Your email address will not be published.