ଧଳାଜହର ଓ ମଦ ବେପାରୀ ଗିରଫ

0 98

ବାରଙ୍ଗ,୩।୧୦(ଏସଏସନିଉଜ)ଧଳାଜହର ଓ ଦେଶୀମଦ ବିକ୍ରି କରିବା ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ଦୁଇ ବେପାରୀଙ୍କୁ ଗିରଫ୍ କରି ମଙ୍ଗଳବାରଦିନ କୋର୍ଟଚାଲଣ କରିଛି। ଏହି ଥାନା ଅନ୍ତର୍ଗତ ଗଣ୍ଡରପୁର-ପ୍ରତାପନଗରୀ ଘେରିବନ୍ଧ ରାସ୍ତା କଡରେ ଧଳାଜହର ବିକ୍ରି ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ନନ୍ଦନକାନନଥାନା ପୋଲିସ ଅଚାନକ ଚଢ଼ାଉ କରିଗଣ୍ଡରପୁର ଗ୍ରାମର ରାଜକିଶୋର ସାହୁ ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି।ଗିରଫ ବେଳେ ପୁଲିସ ତା ପାଖରୁ ୧୨ଗ୍ରାମରୁ ଉର୍ଦ୍ଧ୍ବ ଓଜନର ଧଳାଜହର ଜବତ କରିବା ସହ ମୋବାଇଲ ଫୋନ,ଦୁଇ ଚକିଆ ଗାଡି ଓ କିଛି ଟଙ୍କା ଜବତ କରିଛି।ସେହିପରି ଆଜି ବାଙ୍କୀ ଅଞ୍ଚଳରୁ ଏକ ବାଇକ ଯୋଗେ ଦେଶୀ ରନ୍ଧା ମଦ ନେଇ ଭୁବନେଶ୍ବରକୁ ଆସୁଥିବାବେଳେ ପୁଲିସ ଢେଙ୍କାନାଳ ଜିଲ୍ଲା ଧୀରପାଟଣା ଗ୍ରାମର ମାନସ ଖୁଣ୍ଟିଆ ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛି।ପୋଲିସ ତାଠାରୁ ୨୦ଲିଟର ଦେଶୀ ରନ୍ଧାମଦ ଓ ଏକ ବାଇକ ଜବତ କରିଛି।

 

Leave A Reply

Your email address will not be published.