ଧନ୍ୟବାଦ କୋଠା ଓ ରାସ୍ତା ବିଭାଜନ କଟକ !

0 246

ବାରଙ୍ଗ,୧୩/୬(ଏସଏସନିଉଜ) ବାରଙ୍ଗ-ବାଙ୍କୀ ରାସ୍ତାର ବାରଙ୍ଗ ପ୍ରେସକ୍ଳବ ସାମ୍ନାରେ ଗତକାଲି ପଥଚାରୀମାନଙ୍କ ସୁବିଧା ପାଇଁ ମରାଯାଇଛି ସୂଚନା ଫଳକ ।ଏଥିରେ ୩ଟିସ୍ଥାନକୁ ଉଲ୍ଲେଖ କରାଯାଇଛି ।ମରାଯାଇଥିବା ସ୍ଥାନଠାରୁ ତ୍ରିଶୂଳିଆ ୩.୮,କଟକ୧୧ ଓ ଗୋବିନ୍ଦପୁର ୩୬କିଲୋମିଟର ବୋଲି ଉଲେଖ ରହିଛି ।ବସ୍ତବକ୍ଷେତ୍ରରେ ସେହିଯାଗାଠାରୁ ଗୋବିନ୍ଦପୁର ମାତ୍ର ୧୧କିମି ଦୁରରେ ଥିବାବେଳେ ଲେଖାଯାଇଛି କିନ୍ତୁ ୩୫କିମି ।ଏହି ହିସାବ କଟକ କୋଠା ଓ ରାସ୍ତା ବିଭାଜନ ର ଅଧିକାରୀମାନେ କେଉଁଠୁ ପାଇଲେ ତାହା ଏଠାରେ ବୁଝାପଡୁନାହି ।ଏହି ରାସ୍ତାଦେଇ ପ୍ରତ୍ୟେହ କଟକ-ଭୁବନେଶ୍ୱର-ବାଙ୍କି-ଆଠଗଡ ଆଦି ଅଂଚଳକୁ ଲୋକମାନେ ଯାତାୟତ କରିଥାନ୍ତି ।ପ୍ରାୟତଃ ଗହଳି ମଧ୍ୟ ଏହି ରାସ୍ତାରେ ଲାଗିରହିଥାଏ ।ବେଳେବେଳେ ଲୋକମାନେ ରାସ୍ତାପାଇବାପାଇଁ ଗାଡିରୋକି ଦୋକାନୀମାନଙ୍କୁ ପଚାରିବୁଝିଥାନ୍ତି । କୋଠା ଓ ରାସ୍ତା ବିଭାଜନ କଟକ ପକ୍ଷରୁ ସାଧାରଣଲୋକଙ୍କ ହିତପାଇଁ ଏହି ଫଳକ ମରାଯିବା ସ୍ୱାଗତଯୋଗ୍ୟ ପଦକ୍ଷପ ।କିନ୍ତୁ ଏପରି ଭ୍ରାମାମ୍‌କ ତଥ୍ୟ ଲେଖି ସାଧାରଣଲୋକଙ୍କୁ ସାହାର୍ଯ୍ୟ ନା ରାଗ ସୁଜାଉଛନ୍ତି ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଅନ୍ୟପଟେ ଏହି ଲେଖାକୁ ନେଇ ଆଜି ଦିନତମାମ କୋଠା ଓ ରାସ୍ତା ବିଭାଜନ କଟକକୁ ସାଧାରଣଲୋକମାନେ ଧନ୍ୟବାଦ ଦେବାକୁ ପଛାଇନାହାନ୍ତି ।

Leave A Reply

Your email address will not be published.