ଧରାପଡିଲା ଏଟିଏମ୍ ଲୁଟେରା

0 56

ଭଦ୍ରକ,୧ା୩(ଏସଏସନିଉଜ) ସୁନା କିଣିଲାବେଳେ ସିସିଟିଭି ଆଧାରରେ ପୋଲିସ ଲୁଟେରାକୁଧରିବାରେ ସକ୍ଷମ ହୋଇଛି ।ସାଵରଙ୍ଗ ଥାନା ଅଧିନ ଭଵାନୀବିନ୍ଧା ଗାଁର ପ୍ରତାପ ଚନ୍ଦ୍ର ମହାନ୍ତି ଗତ ଫେଵୃଆରୀ ମାସର ୯ ତାରିଖରେ ବାରିକଛକ ଷ୍ଟେଟବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ବେଳେ ତାଙ୍କ ଏଟିଏମଟିକୁ ଚଞ୍ଚକତା କରି ତାଙ୍କୁ ପୁରୁଣା ଏଟିଏମ ଦେଇ ତାଙ୍କ ଏଟିଏମକୁ ନେଇଯାଇଥିଲା ଲୁଟେରା। ଏହାପରେ ତାଙ୍କମୋବାଇଲକୁ ମେସେଜ ଆସିବାରୁ ସେ ବ୍ୟାଙ୍କରେ କୁଯାଇ ଦେଖାଇବାପରେ ତାଙ୍କ ଆକାଉଣ୍ଟରୁ ୪,୩୯,୦୪୩ ଟଙ୍କା ଉଠାଣ ହୋଇଯାଇଥିବାର ଜାଣିବାକୁପାଇଥିଲେ ।ଏହାପରେ ସାଵରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସର ଏକ ସ୍ବତନ୍ତ୍ର ଟିମ ଯାଞ୍ଚ ଆରମ୍ଭ କରି ସିସିଟିଭି ଯାଞ୍ଚରୁ ଲୁଟେରାକୁଧରିବାରେ ସକ୍ଷମ ହୋଇଥିଲା ।ଲୁଟେରା ଦୋଳସାହିର ନୂଆଶାସନର ଚିତ୍ତରଞ୍ଜନ ପାଣିଗ୍ରାହୀ ହୋଇଥିବାବେଳେତାଙ୍କଠାରୁ ଗୋଟିଏ ସୁନା ଚେନ, ଦୁଇଟି ସୁନା କାନଫୁଲ, କିଣା ହୋଇଥିବା ପୁରୁଣା କାର, ନଗଦ ୩୩ହଜାର ଟଙ୍କା, ମୋଵାଇଲ ଫୋନ ଜଵତ କରିବା ସହ ତାକୁ ଗିରଫ କରି ଆଜି ପୁଲିସ କୋର୍ଟ ଚାଲାଣ କରିଛି ।

 

Leave A Reply

Your email address will not be published.