ଧରାପଡଲେ ଲୁଟେରା ଗ୍ୟାଙ୍କ,ଜବତହେଲା ସୁନା ,ରୂପା ଅଳଙ୍କାର ସମେତ କଂସା ବାସନ

0 253

ଡେଲାଙ୍ଗ ୨୩/୦୭( ଏସ୍‌ଏସ୍ ନିୟୁଜ)ଡେଲାଙ୍ଗ ଥାନା ପରିସରରେ ଗୁରୁବାରଦିନ ପୁରୀ ଏସପି ଅଖିଳେଶ୍ୱର ସିଂ ଏକ ପ୍ରେସଇସ୍ତାହାରରେ ଅନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍କର ପର୍ଦାଫାସ କରିଛନ୍ତି । ଏହି ପ୍ରସ୍‌ମିଟ୍‌ରେ ପିପିଲି ଏସଡିପିଓ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଥାନା ଅଧିକାରୀ ରଶ୍ମୀରଞ୍ଜନ ପଟ୍ଟନାୟକଙ୍କ ସମେତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଘଟଣାରୁ ପ୍ରକାଶ ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଡେଲାଙ୍ଗ ଥାନା ଅଂଚଳର କଲ୍ୟାଣ ପୁର ,ହାକପଡା କୋଭିଡ ସେଣ୍ଟର ,ଶ୍ରୀପତିପୁର,ଜେନାପୁର,ସେବକସାହି ପାଟଣା ସମେତ ଡେଲାଙ୍ଗ ଅଂଚଳରେ ଥିବା ବିଭିନ୍ନ ମନ୍ଦିରରୁ ଚୋରି ହୋଇଥିବା ନେଇ ପୋଲିସ ପାଖରେ ଅଭିଯୋଗ ପହଂଚିଥିଲା ।ଗତ ୧୭ ତାରିଖରେ ଜେନାପୁର ଗ୍ରାମରୁ ଏକ ବଡଧରଣର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତି କରି ପୋଲିସ ୯୫/୨୦ ମାମଲା ରୁଜୁ କରିଥିଲା । ଏହି କେସର ଆଇଓ ଥିଲେ ଏସ.ଆଇ ଲାଇକା ମହାରଣା । ପୁରୀ ଏସପି ଶ୍ରୀ ସିଂଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ଥାନା ଆଇଆଇସି ରଶ୍ମୀରଂଞ୍ଜନ ପଟ୍ଟନାୟକ ଏହି ଲୁଟେରା ଗ୍ୟାଙ୍କକୁ ଧରିବା ପାଇଁ ୨ ଟିମ ପ୍ରସ୍ତୁତ କରିଥିଲେ ।ଗୋଟିଏ ଟିମରେ ଆଇଆଇସି ଶ୍ରୀ ପଟ୍ଟନାୟକ ସମେତ ଆଇଓ ଏଲ .ମହାରଣା, କନେଷ୍ଟବଲ ପ୍ରସାନ୍ତ କୁମାର ପ୍ରଧାନ,ଯିତେନ୍ଦ୍ର କୁମାର ସ୍ୱାଇଁ ଓ ହୋମଗାର୍ଡ ପ୍ଲାଟୁନ କମାଣ୍ଡ ପ୍ରମୋଦ କୁମାର ସେଠୀଙ୍କୁ ନେଇ ଗଠିତ ହୋଇଥିବା ବେଳେ ଅନ୍ୟ ଟିମର ନେତୃତ୍ୱ ନେଇଥିଲେ ଏସଆଇ ଉପେନ୍ଦ୍ର ନାଥ ଦାସ ଏହା ପାରେ ଆରମ୍ଭ ହୋଇଥିଲା ଚୋରଧରା ଅପରେସନ । ଏହି ଟିମ ବିଭିନ୍ନ ସୁତ୍ରରୁ ଅନେକ ଖୋଜ ଖବର କରିବା ସହିତ ପାଟ୍ରୋଲିଂ ବ୍ୟବସ୍ଥାଙ୍କୁ କଡାକଡି କରିଥିଲେ । ସନ୍ଦେହରେ ହୁମର ଗ୍ରାମରୁ ବାପି ଦାସଙ୍କୁ ଉଠାଇ ଆଣି ପଚରାଉଚରା କରିବା ପରେ ପୋଲିସକୁ ଚୋରୀ କରିଥିବା ଗ୍ୟାଙ୍କର ସୁରାଗ ମିଳିଥିଲା ।ଏନେଇ ପୋଲିସ ବାପିର ଆଇ ୩ଜଣ ସହଯୋଗିକୁ ଉଠାଇବା ପରେ ଅନ୍ୟ ଜିଲ୍ଲକୁ ଏହି ଲୁଟେରା ଗ୍ୟାଙ୍ଗର ଚେର ଲମ୍ବିଥିବା ଜଣିବାକୁ ପାଇଥିଲା ।ଏହି ଗିରଫ ଲୁଟେରା ମାନଙ୍କୁ ଅନେକ ପଚାରା ଉଚରା ପରେ ଡେଲାଙ୍ଗ ସମେତ ପିପିଲି,ସତ୍ୟବାଦୀ ଅଂଚଳରୁ ଚୋରିକରିଥିବା ସ୍ୱୀକାର କରିଥିଲେ । ସେମାନଙ୍କ ନିଜ ଘରେ ମାଟିତଳେ ପୋତା ଯାଇଥିବା କଂସା ବାସନ,କିଛି ଅଳଙ୍କାର ଓ ମୋବାଇଲ ଜବତ କରାଯାଇଥିଲା । ଏହା ସହିତ ସେମାନଙ୍କ ଠାରୁ ଚୋରୀରେ ବ୍ୟବହାର ହୋଇଥିବା ଏକ ବାଇକ,୫ଟି ଚୋରୀ ମୋବାଇଲ,ତାଲାକାଟିବା ଯନ୍ତ୍ର,ଲୁହା ଶାବଳ,କଟୁରୀ ଆଦି ଜବତ କରାଯାଇଛି । ଏହି ଲୁଟେରା ମାନେ ରାଜମିସ୍ତ୍ରୀ ସାଙ୍ଗରେ ହେଲପର ଭାବେ କାମ କରିବାକୁ ଯାଆନ୍ତି ।ଏମାନେ ଯେଉଁ ସ୍ଥାନକୁ କାମକରିବାକୁ ଯାଆନ୍ତି ସେଠାରେ ମାଲିକ ଘର ସମେତ ଆଖ ପାଖ ଘର କୁ ନଜର କରି ବ୍ଲୁ ପ୍ରିଂଟ ଣ୍ଟ ପ୍ରସ୍ତୁତ କରି ଚୋରି କରିଥାନ୍ତି ବୋଲି ସ୍ୱୀକାର ମଧ୍ୟ କରିଥିଲେ । ଏହା ସହିତ ବିଭିନ୍ନ ଗ୍ରାମକୁ ମହୁ ବିକିବା ଆଳରେ ମଧ୍ୟ ଯାଇ ଚୋରି କରିବାର ବ୍ଲୁ ପ୍ରିଂଟ ଣ୍ଟ ପ୍ରସ୍ତୁତ କରିଥାନ୍ତି । ସମସ୍ତ ଚୋରି ଜିନିଷକୁ ନେଇ ପୁରୀର ଘୋଡା ବଜାର ସ୍ଥିତ ସନ୍ତୋଷି ଗୋଲ୍ଡ ୱାର୍କସପରେ ବିକ୍ରୟ କରୁଥିବା ଚୋରମାନେ ସ୍ୱୀକାର କରିଥିଲେ । ପୋଲିସ ଏହି ଖବର ପାଇବା ପରେ ଏସଡିପିଓ ଦେବଦତ୍ତ ବରାଳ,ପିପିଲି ଆଇଆଇସି ଗୌରାଙ୍ଗ ପୃଷ୍ଟି ଓ ଡେଲାଙ୍ଗ ଆଇଆଇସି ରଶ୍ମୀରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ଟିମ ସନ୍ତୋଷି ଗୋଲ୍ଡ ୱାର୍କସପରେ ଚଢାଉ କରିଥିଲେ । ସେଠାରୁ କିଛି ଚୋରି ଜିନିଷ ମିଳିବା ପରେ ଦୋକାନକୁ ସିଲକରି ଦୋକାନ ମାଲିକ ଦେବେନ୍ଦ୍ର ଆଚାରିଆଙ୍କ ଘର କୁମ୍ଭାରପଡା ଥାନା ସର୍ବୋଦୟ ନଗର ସ୍ଥିତ ବାସ ଭବନରେ ଚଢାଉ କରି ସୁନାର ଚେନ-୪୦,ମୁଦୀ -୪୯,କଙ୍କଣ -୨,ପଲ୍ଲା -୪,କୁଣ୍ଡଳ -୭,ଝରା ଓ କାନଫୁଲ -୭୨,ମଙ୍ଗଳସୁତ୍ର-୫,କାହାଳିମାଳ -୧,ବ୍ରେସଲେଟ-୪,ଲକେଟ-୮,ହାର-୪,ପଦକ-୨,ପେଣ୍ଡିଫୁଲ -୪ଟା,ସୁନାକୟେନ-୧୬୮ ମୋଟ ୧କିଲୋ ୮୬୪ ଗ୍ରାମ । ରୁପାର ପାଉଁଜି,ବ୍ରେସଲେଟ,ରୂପାଇଟା,ମୋଟ ୩ କିଲୋ ୫୫୭ ଗ୍ରାମ ଓ ନଗଦ ୩ ଲକ୍ଷ ୨୫ ହଜାର ୨୦୦ ଟଙ୍କା ଜବତ କରାଯିବା ସହିତ ଦେବେନ୍ଦ୍ର ଆଚାରିଆଙ୍କ ପୁଅ ପି.ସିବାନି ଆଚାରିଆ (୨୧)ଙ୍କୁ ପୋଲିସ ଗିରଫ କରିଛି । ତତ୍ ସହିତ ହୁମର ଗ୍ରାମର ରମେଶ ଓରଫ ଲକ୍ଷ୍ମଣ ଦାସ(୪୦), ସୁଜନପୁର ଗ୍ରାମର ସୁର ଦାସ(୪୫)କୁ ପୋଲିସ ଏୟାର ପିଲ୍ଡ ଥାନା ଅଂଚଳ ଜାମୁକୋଳି ଗ୍ରାମରୁ ଗିରଫ କରାଯାଇଥିବା ବେଳେ ହୁମର ଗ୍ରାମର ବାପି ଦାସ (୩୩),ପ୍ରଭାକର ଦାସ (୩୩)ଙ୍କୁ ନିଜ ଗ୍ରାମ ହୁମରରୁ ଗିରଫ କରାଯାଇ ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲଣ କରାଯାଇଥିବା ନେଇ ଡେଲାଙ୍ଗ ଥାନାଆଇଆଇସି ରଶ୍ମୀରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଡେଲାଙ୍ଗ ଥାନାରେ କେସନଂ୪୫/୨୦ ,୫୧/୨୦,୬୮/୨୦, ୮୨/୨୦,୯୫/୨୦,ସତ୍ୟବାଦୀ ଥାନାରେ ୧୩୦/୨୦, ୧୮୦/୨୦, ୧୯୩/୨୦,ସେହିପରି ପିପିଲି ଥାନାରେ ୨୧୩/୧୯, ୧୫/୨୦ ରେ ଅଭିଯୁକ୍ତ ମାନେ ସମ୍ପୃକ୍ତ ରହିଛନ୍ତି । ଅଭିଯୁକ୍ତ ମାନଙ୍କୁ କୋର୍ଟରୁ ରିମାଣ୍ଡରେ ଅଣାଗଲେ ଅଧିକ ତଥ୍ୟ ମିଳିପାରିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.