ମହିଳା ଙ୍କ ମୃତ ଦେହ ଉଦ୍ଧାର ,ହତ୍ୟା ସନ୍ଦେହ

0 219

ବାରଙ୍ଗ:୨୩/୭(ଏସଏସଏନ୍) ଗୁରୁବାର ଦିନ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି ବାରଙ୍ଗ ପୋଲିସ । ମୃତ ମହିଳା ସର୍ପେଶ୍ବର ଗ୍ରାମର ଅକ୍ଷୟ ସାହୁଙ୍କ ଝିଅ ତରୁଣା ସାହୁ (୩୨) । ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିନଥିବା ବେଳେ ତାଙ୍କୁ ହତ୍ୟା କରିଯାଉଥିବା ସାଧାରଣରେ ସନ୍ଦେହ କରାଯାଉଛି । ଘଟଣାରୁ ପ୍ରକାଶ ତରୁଣା ୭ବର୍ଷ ହେବ ବଡମ୍ବା ଅଞ୍ଚଳର ହରେକୃଷ୍ଣ ମାଲିକ୍ ଙ୍କୁ ବିବାହ କରିଥିଲା । ତାଙ୍କର ଗୋଟେ ଝୀଅ ଓ ଗୋଟେ ପୁଅ ଅଛନ୍ତି । ତରୁଣା ପାଟେଣି ମାଇନର ସ୍କୁଲରେ ଶିକ୍ଷୟତ୍ରୀ ଥିଲେ । ଆଜି ଅପରାହ୍ନରେ ତରୁଣା ଘରର ଗାଧୁଆ ଘରେ ମରି ପଡିଥିବା ହରେକୃଷ୍ଣ ଦେଖିବାକୁ ପାଇଥିଲେ । ଏହି ଘଟଣା ଅଞ୍ଚଳରେ ପ୍ରଚାର ହେବା ପରେ ଲୋକଙ୍କ ଭିଡ ଜମିଥିଲା । ଖବର ପାଇ ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଁଚି ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ କୁ ପଠାଇଥିବା ଜଣାପଡିଛି । ତେବେ ତରୁଣା କୁ କେହି ହତ୍ୟା କରିଥିବା ସାଧାରଣରେ ସନ୍ଦେହ କରାଯାଉଥିବା ବେଳେ ଏଯାବତ୍ ଥାନା କୌଣସି ଅଭିଯୋଗ ହୋଇନଥିବା ଥାନା ଅଥିକାରୀ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.