ଧରିଲେ ଝାଡୁ…

0 684

ଭୁବନେଶ୍ବର:୨୬/୧୧-ପରିବେଶକୁ ସ୍ବଚ୍ଛ ରଖ ସୁସ୍ଥ ରୁହ । ଏହି ସ୍ଲୋଗାନ ରେ ସ୍ବଚ୍ଛ ସମାଜ ସୁସ୍ଥ ସମାଜ ଗଠନରେ ହାତ ବଢାଇଲେ ସାମ୍ବାଦିକ । ହାତରେ ଝାଡୁ  ଓ ଗାଣ୍ଡୁଆ ଧରି   ଆନନ୍ଦ ବଜାରରୁ ଅଳିଆ ହଟାଇ ବାଣ୍ଟିଲେ ସଚେତନତାର ବାର୍ତ୍ତା। 

ବାରଙ୍ଗ ବ୍ଲକ ଅନ୍ତର୍ଗତ ବାରଙ୍ଗ ଆନନ୍ଦ ବଜାରରେ ମଙ୍ଗଳବାର ଦିନ ପ୍ରାତଃ ସମୟରେ କଳିଙ୍ଗ ସାମ୍ବାଦିକ ସଙ୍ଘ ସହ ସହବଦ୍ଧିତ ବାରଙ୍ଗ ପ୍ରେସ୍ କ୍ଲବ ତରଫରୁ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି ।   ସଭାପତି ଲିଙ୍ଗରାଜ ରାଉତଙ୍କ ନେତୃତ୍ବରେ କ୍ଲବର ସମସ୍ତ ସଦସ୍ୟ ବଜାରର ରାସ୍ତା ଘାଟ ଓ ଗଳିକନ୍ଦିରେ ପଡିଥିବା ଅଳିଆ ଆବର୍ଜନାକୁ ସଭା କରି କେନ୍ଦ୍ର ସରକରଙ୍କ ସ୍ବଚ୍ଛ ଭାରତ ଅଭିଯାନ କୁ ସାକାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଏବଂ ବୃଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି । ଏବଂ ଆସନ୍ତା କାଲି (ବୁଧବାର) ବାରଙ୍ଗ ପ୍ରେସ୍ କ୍ଲବ ପରିସରରେ ରକ୍ତଦାନ ସିବିର ହେବାକୁ ଯାଉଛି । ରକ୍ତଦାନ ସିବିରରେ ସହୃଦୟ ବ୍ୟକ୍ତି ରକ୍ତ ଦାନ କରିବାକୁ କ୍ଲବର ସଭାପତି ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବାରଙ୍ଗ ପ୍ରେସ କ୍ଲବର ସମ୍ପାଦକ ରୁଦ୍ରନାରାୟଣ ସଡଙ୍ଗି , ସହ ସମ୍ପାଦକ କମଳା କାନ୍ତ ନାୟକ , କୋଷାଦକ୍ଷ ପ୍ରକାସ ଚନ୍ଦ୍ର ସାହୁ , ସଚ୍ଚିତାନନ୍ଦ ପଢିହାରୀ , ସଂଗ୍ରାମ କିଶୋର ଦାସ , କୃଷ୍ଣଚନ୍ଦ୍ର ସ୍ବାଇଁ , ପ୍ରଦିପ ସ୍ବାଇଁ , ଅନନ୍ତ ସ୍ବାଇଁ ,ତୁଷାରକାନ୍ତ ବେହେରା ଓ ଧର୍ମବୀର ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.