ଭୁବନେଶ୍ୱର,୯ା୬(ଏସଏସନିଉଜ) ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ବିରୁଦ୍ଧରେ ଭିଜିଲାନ୍ସ ପକ୍ଷରୁ କଡ଼ାପଦକ୍ଷେପ ଗ୍ରହଣ କରାଯାଉଛି।ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ୍ ଧୀମନ ଚକମାଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଉପଜିଲ୍ଲାପାଳ ଭିଜିଲାନ୍ସ ଜାଲରେ ଧରା ପଡ଼ିବାସହ ତାଙ୍କ ସରକାରୀ ବାସଭବନରୁ ତଲାସୀ ସମୟରେ ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଯାହାର ସେ କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରି ନାହାନ୍ତିା ଜଣେ ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ ଉପଜିଲ୍ଲାପାଳ ୨୦ଲକ୍ଷଟଙ୍କା ଲାଞ୍ଚ ଦାବି କରିଥିଲେ। ଦୁଇଟିକିସ୍ତିରେ ୧୦ଲକ୍ଷ ଟଙ୍କା ଲେଖାଏଁ ଲାଞ୍ଚ ନେବାକୁ କହିଥିଲେ। ଅନ୍ୟଥା ତାଙ୍କ ବ୍ୟବସାୟ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଧମକ ଦେଇଥିଲେ। ସରକାରୀ କ୍ୱାର୍ଟରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଦ୍ୱାରା ଧରାପଡିଥିଲେ ।ପରେ ସବ-କଲେକ୍ଟର, ଆଇଏଏସ୍, ଅଭିଯୁକ୍ତ ଧୀମନ ଚକମାଙ୍କୁ ଗିରଫ କରାଯାଇ କଳାହାଣ୍ଡି ଭିଜିଲାନ୍ସ କୋର୍ଟକୁ ପଠାଯାଇଛି।
