ଧୋଇଗଲା ଅସ୍ଥାୟୀ ପୋଲ

ଯାନବାହାନ ଚଳାଚଳ ଠପ

ନବରଙ୍ଗପୁର ,୨୬ା.୬(ଏସଏସନିଉଜ)ପାପଡାହାଣ୍ଡି ବ୍ଲକ ଜଟବାଲ ଗ୍ରାମ ଚେରଘାଟ ବ୍ରିଜଉପରେ ପ୍ରବାହିତ ହେଉଛି ୩ ଫୁଟର ପାଣିାଯାହାଫଳରେ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ନବରଙ୍ଗପୁର ଜିଲ୍ଲାର ୨୬ ନମ୍ବର ଜାତୀୟରାଜପଥର ପ୍ରଶସ୍ତିକରଣ ଓ ଜଟାବାଲ ଚେରଘାଟଉପରେ ବ୍ରିଜନିର୍ମାଣ କାର୍ୟ୍ୟ ଚାଲିଛି ।ରାସ୍ତାକାମ ମୋଟାମୋଟି ସରିଯାଇଥିବା ବେଳେ ବ୍ରିଜ କାମ କିନ୍ତୁ ଅସମ୍ପୂର୍ଣ୍ଣ ରହିଛି ।ସାଧାରଣଲୋକଙ୍କ ଯାତାୟତ ନିମନତେ ଏକ ଅସ୍ଥାୟିପୋଲ କରାଯାଇଥିଲା ।କିନ୍ତୁ ବର୍ଷାରେ ଏହି ଅସ୍ଥାୟୀପୋଲଟି ଧୋଇଯିବା ସହ ତାଉପରେ ୩ଫୁଟ ଉଚ୍ଚର ପାଣି ଚାଲିବାରୁ ଯାତାୟତ ଠପ ହୋଇ ସାଧାରଣ ଧନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।

- Advertisement -

Leave A Reply

Your email address will not be published.