ଧରାହେଲା ମଦ, ଗିରଫ ହେଲେ ୪

0 250

ଡେଲାଙ୍ଗ ୧୯/୧୦ (ଏସଏସନିୟୁଜ) ଡେଲାଙ୍ଗ ପୋଲିସ ଚୋରା ମଦ ବିକ୍ରୟ କରିବା ଘଟଣାରେ ଆଜି ୪ ଜଣଙ୍କୁ ଚୋରାମଦ ସହିତ ଗିରଫ କରି କୋର୍ଟଚାଲଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କଲ୍ୟାଣପୁର ବଜାର,ଡେଲାଙ୍ଗ ହାଟ ବଜାର,ଡେଲାଙ୍ଗ ଷ୍ଟେସନ ବଜାରରେ ବେଆଇନ୍ ଭାବେ ଚୋରାମଦ ବିକ୍ରୟ ହେଉଥିବାର ପୋଲିସ ନିକଟରେ ଅଭଯୋଗ ହେଉଥିଲା । ପୋଲିସ ଚୋରା ମଦକାର କାରୁଥିବା ଅଭିଯୁକ୍ତ ମାନଙ୍କୁ ଧରୀବା ପାଇଁ ଏକ ଟିମ ପ୍ରସ୍ତୁତ କରିଥିଲା । ଡେଲାଙ୍ଗ ଥାନା ଏସ.ଆଇ ଉପେନ୍ଦ୍ର ନାଥ ଦାସ,ଏ.ଏସ.ଆଇ ଅଶୋକ କୁମାର ମହାପାତ୍ର ଓ ଡେଲାଙ୍ଗ ହାଟ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ ସଦଳବଳେ ୪ ସ୍ଥାନରେ ଚଢାଉ କରିଥିଲେ । ଅଭିଯୁକ୍ତ ମାନଙ୍କ ଠାରୁ ୨୯ ଲିଟର ଦେଶୀମଦ ଓ ପୋଚ ଜବତ କରାଯାଇଥିବା ପୋଲିସ ଠାରୁ ସୂଚନା ମିଳିଛି । ଏନେଇ ପୋଲିସ ୪ ଟି ମାମଲା ରୁଜୁ କରିବା ସହିତ ଉଦୟ ପୁର ଗ୍ରାମର ପ୍ରମୋଦ ରଂଜନ ବାରିକ (୪୪),ଜଗଦଳପୁର ଗ୍ରାମର ବିନାୟକ ମତ୍ତଗଜସିଂ(୨୬),କଲ୍ୟାଣପୁର ଗ୍ରାମର ଗଦାଧର ଭଟ୍ଟ (୪୨) ଓ ପ୍ରଦୀପ ପ୍ରଧାନ (୩୦)ଙ୍କୁ ପୋଲିସ ଗିରଫ କରି କୋର୍ଟଚାଲଣ କରିଥିବା ଡେଲାଙ୍ଗ ଥାନା ଅଧିକାରୀ ରଶ୍ମୀରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.