ବାରଙ୍ଗ ପ୍ରେସକ୍ଲବ ର ବାର୍ତ୍ତା …ଦିଅ ରକ୍ତ ବଞ୍ଚାଅ ଜୀବନ

0 549

ଭୁବନେଶ୍ବର:୨୫/୧୧-  ଆସନ୍ତୁ ରକ୍ତଦାନ କରି ଅନ୍ୟର  ଜୀବନ ବଞ୍ଚାଇବା । ଯେଉଁ ଦାନରେ ରକ୍ତଦାତାର କ୍ଷତି ହୋଇନଥାଏ ବରଂ ଅନ୍ୟର ଜୀବନ ବଞ୍ଚିଥାଏ ।ଏହା ଏପରି ଏକ ଦାନ ଯାହାର ପ୍ରତିଦାନରେ ଫଳ ତୁରନ୍ତ ରକ୍ତଦାତାକୁ ମିଳିଥାଏ ।ଯାହା ବିଜ୍ଞାନ ସମ୍ମତ ମତ ରହିଛି । ମଣିଷ ରକ୍ତ ସଂଙ୍କଟରେ ମୃତ୍ୟୁ ମୁଖରେ ପଡିଲେ ଆଉ ଗୋଟିଏ ରକ୍ତ ଲୋଡା ହୋଇଥାଏ ।ସେତେବେଳେ ରକ୍ତ ପାଇଁ ଉଚ୍ଚ ନିଚ୍ଚ ଧନୀ ଗରିବ ତାରତମ୍ୟର ଅହଂକାର ଚୂର୍ଣ୍ଣ ହୋଇଥାଏ । ଆସନ୍ତୁ ଆମେ ଗର୍ବ ଅହଂକାର କୁ ଭୁଲି ରକ୍ତଦାନ କରି ଆମ ଭଳି ଆଉ ଜଣକ ଜୀବନ ବଞ୍ଚାଇବା । ରକ୍ତ ଦିଅ ଜୀବନ ବଞ୍ଚାଅ ର ବର୍ତ୍ତାରେ ବାରଙ୍ଗ ପ୍ରେସ୍‌ କ୍ଲବ୍ ରେ ଆସନ୍ତା ୨୭ ତାରିଖ ବୁଧବାର ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଆସନ୍ତୁ ମହତ ଦାନ କାର୍ଯ୍ୟକ୍ରମରେ ଭାଗ ନେବା । ରକ୍ତ ଅଭାବରୁ କାହାରିକୁ ମରିବାକୁ ନ ଦେବା । ମହତ୍ ଦାନ କରି ଜୀବନ ବଞ୍ଚାଇବାର ପ୍ରୟାସ କରିବା । ‘ସମ୍ବାଦ’ ଆମ ଓଡ଼ିଶାର ମିଳିତ ସହଯୋଗରେ ବାରଙ୍ଗ ପ୍ରେସ୍ କ୍ଲବ୍ ପ୍ରୟାସ ରେ ସାମିଲ ହେବା।

Leave A Reply

Your email address will not be published.