କାନ ବି କଥା କହେ ..ଜାଣିବା ପାଇଁ ପଢନ୍ତୁ???

0 578

ଭୁବନେଶ୍ବର:୨୫/୧୧- କାନ ବି କଥା କହେ । କାନ ଜଣଙ୍କର ବ୍ୟକ୍ତିତ୍ୱ ବାବଦରେ ବହୁତ କିଛି କହିଥାଏ | ଏ କଥା ଆମେ କହୁନାହୁଁ | ବରଂ ସାମୁଦ୍ରିକ ଶାସ୍ତ୍ରରେ ଏ ବିଷୟରେ ବିଷଦ ଭାବେ ବର୍ଣ୍ଣନା ରହିଛି | ସାମୁଦ୍ରିକ ଶାସ୍ତ୍ର ହେଉଛି ଏଭଳି ଏକ ବିଜ୍ଞାନ ଯେଉଁଥିରେ ମଣିଷ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଆକୃତି ଦେଖି ଜଣଙ୍କର ସ୍ଵଭାଵ ବିଷୟରେ ବି ଜଣାପଡ଼ିଥାଏ | ଆଜି ଆମେ ଆପଣଙ୍କୁ କହିବୁ କାନ କେବଳ ଶୁଣିବା କାର୍ଯ୍ୟ କରିନଥାଏ ବରଂ ମନୁଷ୍ୟର କାନରୁ ବ୍ୟକ୍ତିତ୍ୱର ରାଜ ବି ଜଣାପଡ଼ିଥାଏ | ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମନୁଷ୍ୟର କାନ ୯ ପ୍ରକାରର ହୋଇଥାଏ |

ଛୋଟ କାନ : ସାମୁଦ୍ରିକ ଶାସ୍ତ୍ର ଛୋଟ କାନ ଥିବା ବ୍ୟକ୍ତିତ୍ୱଙ୍କୁ କଂଜୁସ ଶ୍ରେଣୀରେ ରଖିଥାଏ | ଅତ୍ୟଧିକ ଆବଶ୍ୟକ ନ ପଡିଲେ ଏହି ଶ୍ରେଣୀର ବ୍ୟକ୍ତି ନିଜ ପାଇଁ ମଧ୍ୟ ଖର୍ଚ୍ଚ କରିନାହାଁନ୍ତି |
ଅତ୍ୟଧିକ ଛୋଟ କାନ: ଅତ୍ୟଧିକ ଛୋଟ କାନ ଥିବା ବ୍ୟକ୍ତି ଧାର୍ମିକ ପ୍ରବୃତ୍ତିର ହୋଇଥାନ୍ତି | ଧାର୍ମିକ କାର୍ଯ୍ୟରେ ଉପରେ ପଡି ଭାଗ ନେଇଥାନ୍ତି କିନ୍ତୁ ଏ ବାବଦରେ ମୋଟା ରକମର ଅର୍ଥ ମଧ୍ୟ ସଂଗ୍ରହ କରିଥାନ୍ତି |

ଲମ୍ବା କାନ : ଯେଉଁମାନଙ୍କର ଲମ୍ବା କାନ ଥାଏ ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି | ଯେଉଁ କାମ କରୁଥାନ୍ତି ସମ୍ପୂର୍ଣ୍ଣ ନ ହେବା ଯାଏଁ ପଛକୁ ହଟିନଥାନ୍ତି |
ଚଉଡା କାନ : ଯେଉଁ ବ୍ୟକ୍ତିଙ୍କର କାନ ଚଉଡା ଲମ୍ବା ଅପେକ୍ଷା ଅଧିକ ହୋଇଥାଏ, ଏମାନଙ୍କୁ ଭାଗ୍ୟଶାଳୀ ବୋଲି ବିଚାର କରାଯାଏ | ଏମାନେ ନିଜ ପରିଶ୍ରମ ଦ୍ୱାରା ଜୀବନରେ ସବୁ ପ୍ରକାରର ଖୁସି ପାଇଥାନ୍ତି |

ମୋଟା କାନ: ମୋଟା କାନ ଥିବା ବ୍ୟକ୍ତି ସାହସୀ ଓ ସଫଳ ନେତୃତ୍ୱ ନେଇପାରିଥାନ୍ତି | ଏମାନେ ରାଜନେତା, ଲେଖକ ହୋଇଥାନ୍ତି | ତେବେ ଏହି ବ୍ୟକ୍ତିମାନେ ଚିଡଚିଡା ସ୍ଵଭାଵର ହୋଇଥାନ୍ତି |
ଗଜକର୍ଣ୍ଣ କାନ: ହାତୀ ଭଳି ବଡ କାନ ଥିବା ବ୍ୟକ୍ତି ନିଜ କାର୍ଯ୍ୟରେ ସଫଳ ହେବା ସହ ଦୀର୍ଘାୟୁ ହୋଇଥାନ୍ତି | ଏହି ବ୍ୟକ୍ତିମାନେ ସମାଜରେ ପ୍ରତିଷ୍ଠା ଲାଭ କରିଥାନ୍ତି | ଅନ୍ୟର କଥା ସମ୍ପୂର୍ଣ୍ଣ ଶୁଣିବା ପରେ ହିଁ ପ୍ରତିକ୍ରିୟା ରଖିଥାନ୍ତି |
ମାଙ୍କଡ଼ିଆ କାନ: ମାଙ୍କଡ ଭଳି କାନ ହୋଇଥିବା ବ୍ୟକ୍ତି ଲୋଭୀ ପ୍ରବୃତ୍ତିର ହୋଇଥାନ୍ତି | ଅନ୍ୟର ଧନ ଉପରେ ଏମାନଙ୍କର ସବୁବେଳେ ନଜର ଥାଏ | ଏହି ବ୍ୟକ୍ତିମାନେ ଅତ୍ୟଧିକ କ୍ରୋଧୀ ହୋଇଥାନ୍ତି | ଅନ୍ୟର କଥା ସମ୍ପୂର୍ଣ୍ଣ ନ ଶୁଣି ମାଡ ମାରିବା ଆରମ୍ଭ କରିଦେଇଥାନ୍ତି |

Leave A Reply

Your email address will not be published.