ଦିଲ୍ଲୀ ଉପରେ ରାଜ୍ କଲା ମୁମ୍ବାଇ

0 361

ଖବର ଆଜିର,ତାରିଖ ୧୧-୧୧-୨୦ ବୁଧବାର।
୧-ଦିଲ୍ଲୀ ଉପରେ ରାଜ୍ କଲା ମୁମ୍ବାଇ । ଦୁବାଇରେ ଦମ୍ ଦେଖାଇଲା ରୋହିତ ବାହିନୀ । ପଞ୍ଚମଥର ପାଇଁ ଆଇପିଏଲ ଟ୍ରଫି ହାତେଇଲା ମୁମ୍ବାଇ ।
୨-ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜୟୀ ହୋଇଛି ବିଜେଡି । ବାଲେଶ୍ୱରରେ ସ୍ୱରୂପ ଦାଶ ଓ ତିର୍ତ୍ତୋଲରେ ବିଜୟ ଶଙ୍କର ଦାସ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ତେବେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ।
୩-ବିହାର ନିର୍ବାଚନ : ଏନ୍‌ଡିଏ ବିଜୟୀ ହୋଇ ଏକକ ସଂଖ୍ୟ ଗରିଷ୍ଠତା ହାସଲ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରବାସୀଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ ।
୪-କଟକ ଆଇଟିଏଟି କାର୍ଯ୍ୟଳୟ ଉଦ୍‌ଘାଟନ ଆଜି, ଭିଡିଓ କନ୍‌ଫେରେନ୍ସିଂରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
୫-ଆସନ୍ତା ୨୦ରୁ ଶୀତକାଳୀନ ବିଧାନସଭା ଅଧିବେଶନ : ଅଧିବେଶନ ପୂର୍ବରୁ ହେବ କୋଭିଡ ଟେଷ୍ଟ
୬-‘ଟିଆର୍‌ପି’ ଦୁର୍ନୀତି: ରିପବ୍ଲିକ୍ ଟିଭିର ଡିଷ୍ଟ୍ରିବ୍ୟୁସନ୍ ‌ହେଡ୍ ଗିରଫ
୭-ନିଷ୍କ୍ରିୟ ହୋଇଛି ୟୁନିଟ୍ ପ୍ରକଳ୍ପ: ଅଣ୍ଡା ଦେବେ ୬୫ ଗୋ-ମୁହାଁ କୁମ୍ଭୀର, ଜଗିଛନ୍ତି ୨ କର୍ମଚାରୀ .।
୮-ପରାଜୟ ମାନିବାକୁ ନାରାଜ ଟ୍ରମ୍ପ: ପୁଣି ଟ୍ବିଟ୍ କଲେ, ‘ଡଋ ଡଓଖଖ ଡଓଘ’ ।
୯-ମଧ୍ୟପ୍ରଦେଶ: ଇଭିଏମର ବିଶ୍ବସନୀୟତା ଉପରେ ଦିଗବିଜୟଙ୍କ ପ୍ରଶ୍ନ; ପରାଜୟକୁ ସ୍ବୀକାର କଲେ କମଳନାଥ ।
୧୦-ଓଡିଆ ଫିଲ୍ମରେ ଗୀତ ଗାଇବେ ଦୁଲେ ରାପର: ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଦେଲେ ସୁଯୋଗ, ଅପେକ୍ଷାରେ ପ୍ରଶଂସକ ।
୧୧-ରାଜ୍ୟର ରାଜସ୍ୱ ଆଦାୟ ବଢ଼ିଲା ।
୧୨-କୋଲକାତାର ଏକ ବସ୍ତିରେ ଭୀଷଣ ଅଗ୍ନିକାଣ୍ଡ, ପ୍ରାୟ ୬୦ କୁଡ଼ିଆ ଧ୍ବଂସ: ଘଟଣାସ୍ଥଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ।
୧୩-ମୋଜାମ୍ବିକ୍‌: ଫୁଟ୍‌ବଲ୍ ପଡ଼ିଆରେ ୫୦ ଜଣରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ମୁଣ୍ଡ କାଟିଲେ ଆତଙ୍କବାଦୀ ।
୧୪-‘ଲକ୍‌ଡାଉନ୍‌’କୁ ‘ଏବର୍ଷର ବହୁ ପ୍ରଚଳିତ ଶବ୍ଦ’ ମାନ୍ୟତା ଦେଲା କଲିନ୍‌ସ୍ ଡିକ୍‌ସ୍‌ନାରି ।
୧୫-୨ ମାସ ପରେ ଫେରିବ ଶାନ୍ତି, ପୁଟିନଙ୍କ ମଧ୍ୟସ୍ଥତା ଫର୍ମୁଲାରେ ଯୁଦ୍ଧ ବିରତି ପାଇଁ ରାଜି ହେଲେ ଆର୍ମେନିଆ ଓ ଅଜରବୈଜାନ ।
୧୬-ରାଜସ୍ଥାନ ଯୋଧପୁରରେ ଏକ ନିର୍ମାଣଧୀନ ଫ୍ୟାକ୍ଟ୍ରିରେ ବଡ଼ ଅଘଟଣ ଘଟିଛି। ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡ଼ି ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡଜନେରୁ ଅଧିକ ଲୋକ ଫସି ରହିଥିବା ସୂଚନା ମିଳିଛି।

Leave A Reply

Your email address will not be published.