ଦିନଙ୍କ ପରେ ସମସ୍ତ ଭକ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ

0 261

ଭୁବନେଶ୍ବର,୧୯/୧(ଏସଏସନିୟୁଜ)ଆଉ ମାତ୍ର ଗୋଟିଏ ଦିନ ପରେ ପୂର୍ବ ଭଳି ସମସ୍ତ ଭକ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ। କୋଭିଡ ରିପୋର୍ଟ ଆବଶ୍ୟକତା ନାହିଁ । କିନ୍ତୁ ସାମାଜିକ ଦୂରତା, ମାସ୍କ ଏବଂ ସ୍ୱତନ୍ତ୍ର ଏସ୍ଓପିକୁ ମାନିବାକୁ ପଡ଼ିବ । ରବିବାର ପୁରାପୁରି ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ସାନିଟାଇଜ କରାଯିବ। ସେଥିପାଇଁ ଅଗ୍ନିଶମ କାର‌୍ୟ୍ୟାଳୟକୁ ଅବଗତ କରାଯାଇଛି। ସକାଳ ୭ଟା ରୁ ସର୍ବସାଧାରଣ ଦର୍ଶନ ଜାରି ରହିବ। ତେବେ ସକାଳ ୬ଟାରୁ ୭ଟା ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଥିବା ବେଳେ ପୁରୀବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବେ।.

Leave A Reply

Your email address will not be published.