ଦୀପ ନିଆଁରୁ ଲାଗିଲା ନିଆଁ,୩ ସଦସ୍ୟ ଗୁରୁତର

0 171

ଭଞ୍ଜନଗର, ୧୮/୧୧(ଏସଏସନିୟୁଜ)ଘରେ ବାଇକରେ ପେଟ୍ରୋଲ ପକାଇବାବେଳେ ଦୀପ ନିଆଁ ସ୍ପର୍ଶରେ ଆସି ବାଇକ ଜଳି ଯିବା ସହ ଗୋଟିଏ ପରିବାରର ୩ଜଣ ସଦସ୍ୟ ଗୁରୁତର ଆହତ ହୋଇ ପ୍ରଥମେ ଭଞ୍ଜନଗର ମେଡିକାଲ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛନ୍ତି ।ଗୁରୁତର ଆହତ ହେଲେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସମରବନ୍ଧ ଗ୍ରାମର ପ୍ରଫୁଲ ନାୟକ,ପତ୍ନୀ ମାଗି ନାୟକ ଓ ଝିଅ ଦୀପା । ପ୍ରଫୁଲ ବଇାକରେ ପେଟ୍ରୋଲପକାଉଥିବାବେଳେ ସୁବିଧା ହେବାପାଇଁ ଝିଅ ଦୀପ ଆଣି ଦେଖାଇଥିଲା ।ଯାହଫଳରେ ଦୀପ ନିଆଁ ସ୍ପର୍ଶରେ ଆସି ବାଇକ ଜଳିଯାଇଥିଲା ।ବାଇକରେ ପାଖରେ ଥିବା ପ୍ରଫୁଲ ସମେତ ସ୍ତ୍ରୀ ଓ ଝିଅ ପେଟ୍ରୋଲ ନିଆଁରେ ଗୁରୁତର ଭାବେ ପୋଡି ଯାଇଥିଲେ ।

Leave A Reply

Your email address will not be published.