ଡିଜେ ଗାଡି ଧକ୍କାରେ ଯୁବକ ମୃତ୍ୟୁ,ଗ୍ରାମବାସୀ କଲେ ରାସ୍ତାରୋକ

0 315

ଚନ୍ଦକା:୭/୩(ଏସଏସଏନ୍)  ଗତକାଲି ରାତିରେ ଚନ୍ଦକା ଥାନା ଅନ୍ତର୍ଗତ ଦଳୁଆ ନିକଟରେ ଡିଜେ ଗାଡି ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଛି । ମୃତ ଯୁବକ ଉକ୍ତ ଥାନା ଗୋଡିବାରୀ ଗ୍ରାମର ରମେଶ ଚିପୁ(୨୭) ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ , ରମେଶ  ବାଇକ ନେଇ ଘରକୁ ଫେରୁଥିବା ବେଳେ ଦଳୁଆ ଛକ ନିକଟରେ ଗୋଟିଏ ଡିଜେ ଗାଡି ଧକ୍କା ଦେଇଥିଲା । ଫଳରେ ଗାଡିରୁ ଚିଟିକି ପଡିଥିଲା ରମେଶ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନିୟ ଲୋକ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ଆଜି ମୃତ ଘୋଷଣା କରିଥିଲେ । ତାର ବ୍ୟବଛେଦ ହୋଇ ଆସିବାରେ ବିଳମ୍ବ ଯୋଗୁଁ ଗୋଡିବରୀ ଛକରେ ଗ୍ରାମବାସୀମାନେ ପ୍ରାୟ ୧ଘଣ୍ଟା ଧରି ରାସ୍ତା ରୋକ କରିଥିଲେ । ଘଟଣାସ୍ଥଳରେ  ପୋଲସ ପହଁଛି  ଵୁଝାସୁଜା କରିବା ପରେ ରାସ୍ତା ଅବରୋଧ ଉଠିଥିଲା ।

Leave A Reply

Your email address will not be published.