ବିଶ୍ୱ ମହିଳା ଦିବସ ସପ୍ତାହ ପାଳନ

0 301

ଡେଲାଙ୍ଗ,୭/୩ (ଏସଏସନିୟୁଜ)ଡେଲାଙ୍ଗ ବ୍ଲକରେ ଆଜି ଆନ୍ତର୍ଯାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଡେଲାଙ୍ଗ ହାଟବଜାର ସ୍ଥିତ ବିଜୁ ବାବୁଙ୍କ ପତିମୁର୍ତିରେ ପୁଷ୍ପ ମଲ୍ୟାର୍ପଣ ଓ ପ୍ରଦୀପ ପଜ୍ଜଳନ କରାଯାଇ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମହିଳା ଗୋଷ୍ଠିର ସଦସ୍ୟା ମାନେ ସଫେଇ କରିଥିଲେ । କରୋନା ଭାଇରସ ଦିଗରେ ସଚେତନତା କରିବା ସହିତ ଭୟଭିତ ନହେବାପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ନାରୀମାନଙ୍କର ଅଧିକାର,କନ୍ୟା ପରା ରତନ କରତାକୁ ଯତନ,ମା ହେଲେ ପାଠୋଇ ଦେଶ ଯିବ ଆଗେଇ, ସମ୍ବନ୍ଧୀୟ ଫ୍ଲଗ କାର୍ଡ ହାତରେ ଧରି ବିଭିନ୍ନ ସ୍ଲୋଗାନ ଦେଇ ଏକ ବିଶାଳ ଶୋଭାଯାତ୍ରାରେ ଶତାଧିକ ମହିଳା ଏକତ୍ର ହୋଇ ଡେଲାଙ୍ଗ ହଟବଜାରରୁ ବାହାରି ବ୍ଲକ ପରିସରରେ ଅନୁଷ୍ଠିତ ସଭାସ୍ଥଳରେ ପହଂଚିଥିଲେ ।

ସେଠାରେ ଆୟୋଜିତ ଆନ୍ତ ର୍ଜାତୀୟ ମହିଳା ଦିବସ ସଭାରେ ସ୍ଥାନିୟ ବିଧାୟକ ପ୍ରଦୀପ ମହାରଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥଙ୍କ ପର୍ତି ମୁର୍ତିରେ ପୁଷ୍ପ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭଉଦ୍‌ଘାଟନ କରିଥିଲେ । ମହିଳା ମିସନଶକ୍ତି ସମ୍ପାଦକ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଡିଓ କ୍ଷୀରୋଦ୍ର ପ୍ରଧାନ,ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ,ମିଶନ ଶକ୍ତି ମହିଳା ମହାସଂଘ ସଭାନତ୍ରେୀ ବିଦ୍ୟୁଲତା ସ୍ୱାଇଁ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି କାମିନି ପ୍ରଭା ସ୍ୱାଇଁ , ମୁନିନ୍ଦା ପଂଚାୟତ ପୂର୍ବତନ ସରପଂଚ ନରେନ୍ଦ୍ର ପରିଡା , ପିପିଲି ବ୍ଲକ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କିଶୋର ଛୋଟରାୟ ସମେତ ମହିଳା ମହାସଂଘ ସଦସ୍ୟା,ଅଙ୍ଗନବାଡି କର୍ମି,ବିଭିନ୍ନ ମହିଳା ଗୋଷ୍ଠି ସଦସ୍ୟା ପ୍ରମୁଖ ଉପସ୍ଥିତଥିଲେ । ନାରୀ ପୂଜନିୟା ଚିର ବନ୍ଦନୀୟା ବୋଲି କହିବା ସହ ମହିଳାମାନେ ସ୍ୱାବଲମ୍ବୀଶୀଳ ହେଲେ ଦେଶର ବିକାଶ ହୋଇପାରିବ ରାଜ୍ୟ ସରକାର ମହିଳା ମାନଙ୍କ ଉନ୍ନତି ପାଇଁ ଅନେକ ଉନ୍ନତି ମୂଳକ ପଦେକ୍ଷପ ନେଇଥିବା ବେଳେ ଡେଲାଙ୍ଗ ବ୍ଲକ କୁ ଏକ ଆଦର୍ଶ ବ୍ଲକ ଭାବରେ ପରିଗଣିତ କରିବା ପାଇଁ ଯୋଗାଣବିଭାଗ ପକ୍ଷରୁ ସାମଗ୍ରୀ ବଂଟନ ପାଇଁ ମହିଳା ଗୋଷ୍ଠି ମାନଙ୍କୁ ନିୟୋଜିତ କରାଯିବ ବୋଲି ଶ୍ରୀ ମହାରଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ । ମହିଳା ମହାସଂଘ ସମ୍ପାଦିକା ବସନ୍ତୀ ସାହୁ ଅତିଥି ପରିଚୟ ପ୍ରଦନ କରିବା ସହ ସଭା ସଂଯୋଜନା କରିଥିଲେ । ଏହି ଅବସରରେ ନାରୀମାନଙ୍କୁ ସରକାର ଅଧିକାର ଦେଇଛନ୍ତି ମହିଳା ସଶକ୍ତି କରଣ ଓ ସ୍ଥାନ ସଂରକ୍ଷଣ ଭଳି ସୁବିଧା ସରକାରୀ ସ୍ତରରେ ବ୍ୟବସ୍ଥା ରହିଥିବା ବେଳେ ଉଲ୍ଲେଖନୀୟ ସଫଳତା ହାସଲ କରିବାରେ ସକ୍ଷମ ହୋଇଚନ୍ତି ବୋଲି ବିଧାୟକ ମତପ୍ରକାସ କରିଥିଲେ । ଏହି ଅବସରରେ ସାମ୍ବାଦିକ ମାନଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.