ବାରଙ୍ଗ,୧୮/୭(ଏସଏସନିଉଜ)ବାରଙ୍ଗଅଂଚଳର ଶିଳ୍ପପତି ଅର୍ଜ୍ଜୁନ ମହାରଣାଙ୍କୁ ରବିବାରଦିନଉତ୍ତର ଆମେରିକାର ଥିଓଫାନି ବିଶ୍ଵ ବିଦ୍ୟାଳୟ ତଫରୁ ଭୁବନେଶ୍ଵରର ପଟିଆ ସ୍ଥିତ ସ୍ମିଥ୍ ଉଦ୍ୟୋଗର ପରିଚାଳକ ଅର୍ଜୁନ ମହାରଣାଙ୍କୁ ଉତ୍ତମ ଗୁଣବତାର ଶୀଳ୍ପ ପରିଚାଳନା ପାଇଁ ସ୍ଵତନ୍ତ୍ର ଭାବେ ସମ୍ମାନଜନକ ପିଏଚଡି ପ୍ରଦାନ କରାଯାଇଛି । ଦିଲ୍ଲିର ଲୋଧି ରୋଡସ୍ଥିତ ଇଣ୍ଡିଆ ହାବିଟାଟ ସେଣ୍ଟର ପରିସରରେ ଆୟୋଜିତ ସମାରୋହରେ ଥିଓଫାନି ବିଶ୍ଵ ବିଦ୍ୟାଳୟର ଚୟନ କମିଟ ତରଫରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଖବର ଜଣାପଡିବାପରେ ତାଙ୍କ ଗ୍ରାମ ଦାଢାପାଟଣାରେ ଖୁସିର ମାହୋଲ ଖେଳିଯାଇ ଥିବା ବେଳେ ବାରଙ୍ଗ ଅଂଚଳର ସମ୍ମାନ ହୋଇଥିବାରୁ ତାଙ୍କୁ ଶୁଭେଛୁ ତଥା ଅଂଚଳର ବୁଦ୍ଧିଜିବୀମାନେ ଶୁଭେଛା ଜଣାଇଛନ୍ତି ।

