ଦୁଇ କୋଟିର ବ୍ରାଉନ ସୁଗର ଜବତ କଲା ଏସଟିଏଫ

0 218

ଭୁୁବନେଶ୍ୱର,୧୬/୮(ଏସଏସନିୟୁଜ) ୩ଜଣ ବ୍ରାଉନସୁଗର ବେପାରୀଙ୍କୁ ଏସଟିଏଫ ଧରିବାସହ ସେମାନଙ୍କଠାରୁ ୨କୋଟି ଟଙ୍କା ମୂଲ୍ୟର ୨କିଲୋରୁ ଅଧିକ ବ୍ରାଉନସୁଗର ଜବତ କରିଛି । ଅଗଷ୍ଟ ୧୫ ତାରିଖ ଦିନ ନିଶା ମାଫିଆମାନେ ଡିଲ କରୁଥିବା ସୂଚନା ପାଇଁ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ ଜଳେଶ୍ୱର ମାର୍କେଟରେ ଚଢାଉ କରି ୨ କିଲୋ ୪୦୨ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରିଥିଲା ।ଏହାସହ ଜଳେଶ୍ୱର ଥାନା ଅଂଳର ମମତାଜ ଖାନ୍‌, ଜଗତସିଂହପୁର ଜିଲ୍ଲା ଅରଣା ଅଂଚଳର ଉଦୟନାଥ ରଥ ଓ କଟକ ଜିଲ୍ଲା ବୟାଳିଶ ମୌଜା ଅଂଳର ପ୍ରଦୀପ କୁମାର ଦାସଙ୍କୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.