ଦୁର୍ବଲ ତାରଜାଲି ସାଜୁଛି କାଳ ,ଜାଲିଭାଙ୍ଗିଲା ରାଜେଶ

ରେଞରଙ୍କ ଠିକାଦାରୀ ନିଶା ଓ ଦାୟିତ୍ଵହିନତାର କୁପରିଣାମ

0 304

ବାରଙ୍ଗ, ୨/୯(ଏସଏସନିୟୁଜ)ଦୁର୍ବଲ ତାର ଜାଲି ସାଜୁଛି କାଳ ।ଏହାକୁ ନେଇ ଦେଖାଦେଇଛି ଆଶଙ୍କା ।ଲକ୍ଷଲକ୍ଷ ଟଙ୍କା ପଶୁପକ୍ଷୀମାନଙ୍କର ଉନ୍ନତି ପାଇଁ ଡାକ୍ତର ଓ ଜନ୍ତୁବିଭାଗ ରେଞରଙ୍କ ତତ୍‌ବାବଧାନରେ ଖର୍ଚ୍ଚ ହେଉଚି ।ଖୋଦ ଜନ୍ତୁବିଭାଗ ରେଞରମଧ୍ୟ ଭଲ କାମ ହେବ ବୋଲି ନିଜେ ଠିକାଦାରୀ ସାଜିଛନ୍ତି ।ପର୍ଯ୍ୟାୟକ୍ରମେ ଏନକ୍ଲୋଜରର ତାରଜାଲି ମରାମତି ସହ ପରିବର୍ତନ ହୋଇ ନୁଆ ମଧ୍ୟ ଲାଗି ଲକ୍ଷାଧିକ ଟଙ୍କାର ବିଲ ମଧ୍ୟ ହେଉଛି ।ଏହାସତ୍ୱେ ତାରଜାଲି ସେହିଭଳି ଦୁର୍ବଳ ର୍ରହିଯାଉଛି।ଏହି  ଦୁର୍ବଲ ତାରଜାଲି ଭାଙ୍ଗି ବାଘ ପଳାଇଆସିବାରେ ସକ୍ଷମ ହେଉଥବାର ଗୁରୁବାରଦିନ ଜଣାପଡିଛି ।ବାଘସଫାରୀର ଅନ୍ୟତମ ଆକର୍ଷଣୀୟ ମହାବଳ ବାଘ ରାଜେଶକୁ ଇଞେକସନ ଦେଉଥିବାବେଳେ ତାରଜାଲି ଭାଙ୍ଗି କିପର ଘର ଆଗ ଖୋଲାଜାଗାକୁ ପଳାଇଆସିଥିଲା ।ସୈାଭାଗ୍ୟବଶତ ନନ୍ଦନକାନନ ମୁଖ୍ୟରାସ୍ତାକୁ ଆସିଥିଲେ ପର୍ଯ୍ୟଟକମାନଙ୍କୁ କ୍ଷତି ପହଁଚାଇପାରିଥାନ୍ତା ।ରାଜେଶ ଆସିବାପରେ ଇଞେକସନ ଦେବାକୁ ଯାଇଥିବା ସହ ରାଜେଶ ଓ ତାର ସାଥି ବାଘୁଣି ରୁପାର ଦାୟିତ୍ୱରେ ଥିବା କର୍ମ୍ରଚାରୀମାନେ ଭୟରେ ଆସି କିପର ଘରେ ପସିଯାଇଥିଲେ ।ପ୍ରାୟ ୧୦ମିନଟ କାଳ ଖୋଲାଜାଗାରେ ରାଜେଶ ବସିରହି କେଉଁଆଡେ ନଯିବାରୁ କର୍ମଚାରୀମାନେ ମିଶିକରି ଆସି ପାଟିକରି ଗଉଡାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ ।ରାଜେଶ ମୁଖ୍ୟରାସ୍ତାକୁ ନଯାଇ ପୁଣି ତାରଜାଲିଭାଙ୍ଗି ସଫାରୀରର ଜଙ୍ଗଲମଧ୍ୟକୁ ପଶିଯାଇଥିଲା ।ଫଳରେ ନନ୍ଦନକାନନ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲା । ଠିକାଦରି ନିଶାରେ ମଜ୍ଜିଯାଇଥିବା ରେଞରମାନଙ୍କର ଏହି କାର୍ଯ୍ୟ କୁ ଉଚ୍ଚ ଅଧିକାରିମାନେ ତଦାରଖ ନକରିବାର ଏହିଭଳି କୁପରିଣାମ କୁ ନନ୍ଦନକାନନକୁ ସମ୍ନାକରିବାକୁ ପଡିଲା ବୋଲି ଆଲୋଚନା ହେଉଛି ।ଅନ୍ୟପଟେ ଠିକାଦାରୀକାମରୁ ଏତେପରିମାଣର ଲାଭ ହେଉଛି ଯେ, ରେଞରମାନେ ସେମାନଙ୍କର ପ୍ରଥାମିକତା ଦାୟିତ୍ୱ ନିଜ ବିଭାଗ ପ୍ରତି ମଧ୍ୟ ଗୁରୁତ୍ୱ ଦେଉନଥିବାର କର୍ମଚାରିମାନେ କହିବୁଲୁଛନ୍ତି ।

 

 

 

 

Leave A Reply

Your email address will not be published.