ଦୁର୍ଘଟଣା ପରେ ଘୋଷାଡ଼ି ନେଲା ବସ୍‌

0 126

ବଲାଙ୍ଗିର,୯।୫(ଏସଏସନିଉଜ)ମର୍ମନ୍ତୁଦ ଦୁର୍ଘଟଣା ପରେ ଅଧ କିମି ଘୋଷାଡ଼ି ନେଇଗଲା ବସ୍‌। ସୋନପୁର-ବଲାଙ୍ଗିର ରାସ୍ତାର ଗଇଁତଳା ତହସିଲ ପାଖରେ ଏହି ଦୁର୍ଘଟଣା ଘଟିଛି।ବାଇକ୍‌ରେ ଯାଉଥିବା ବାପା ଓ ୨ ଝିଅଙ୍କୁ ଧକ୍କା ଦେଇଥିଲା ବସ୍‌। ବାପା ଓ ଜଣେ ଝିଅ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିବା ବେଳେ ଆଉ ଜଣେ ଝିଅ ମୃତୁବରଣ କରିଥିବାର ଜଣାପଡିଛି।ଦୁର୍ଘଟଣାରେ ଗଇଁତଳାତହସିଲ ପାଖରୁ ଛକ ପର୍ଯ୍ୟନ୍ତ ମୃତଝିଅକୁ ଅଧ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଲା ବସ୍‌।ବେପରୁଆ ଡ୍ରାଇଭରକୁ କାବୁ କରିବା ସହ ବସ୍‌କୁ ଜବତ କରିଛି ପୋଲିସ।ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ବସ୍‌ ଭଙ୍ଗାରୁଜା କରିବାସହ
ରାସ୍ତାରୋକ କରିଛନ୍ତି।

Leave A Reply

Your email address will not be published.