ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀର ଜୀବନ, ସ୍ୱାମୀ ଗୁରୁତର

0 76

ଗଞ୍ଜାମ,୨୮।୧୦(ଏସଏସନିଉଜ) ପୋଲସରା ମାଢୁଆ ଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ବାଇକ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଉଭୟ ସ୍ଥାନୀୟ ନିଗମ ନଗର ସାହିର ବାସିନ୍ଦା ବୋଲି ଜଣାପଡ଼ିଛି। ମୃତା ମହିଳା ହେଲେ ସୁମତି ମହାରଣା ଓ ତାଙ୍କ ସ୍ୱାମୀ ଶ୍ରୀକାନ୍ତ ମହାରଣା ବୋଲି ଜଣାଯାଇଛି। ଉଭୟ ବାଇକ୍‌ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ମାଢୁଆ ଶଙ୍ଖ ନିକଟରେ ଦୁର୍ଘଟଣା ଘଟିଥିଲା।ଏଥିରେ ଉଭୟ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ।
ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ଡାକ୍ତର ସୁମତିଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଗୁରୁତର ଆହତ ଶ୍ରୀକାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.