କରୋନା ମୁକାବିଲା ପାଇଁ ଆରବିଆଇର ପଦକ୍ଷେପ: ଇଏମଆଇ ୩ମାସ କୋହଳ

0 318

ଭୁବନେଶ୍ବର:୨୭/୩(ଏସଏସଏନ୍)ବିଶ୍ଵର ଅନେକ ଦେଶ କରୋନା ଭୂତାଣୁ ସହିତ ଲଢ଼ୁଛନ୍ତି। ଦେଶରେ ଲକ୍‌ଡାଉନ ସମୟରେ ଆର୍ଥିକ ବ୍ୟବସ୍ଥା ଠପ୍‌ ହୋଇଯାଇଛି। ଏଥିପାଇଁ ଲୋକଙ୍କୁ ଆଶ୍ଵସ୍ତ କରିବା ଆରବିଆଇର ଲକ୍ଷ୍ୟ ବୋଲି  ଏକ ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଖବରଦାତାଙ୍କୁ ସୁଚନା ଦେଇ କହିଛନ୍ତି   କରୋନା ଭୂତାଣୁ ରେ  ଆର୍ଥିକ ସ୍ଥିରତାକୁ ଗୁରୁତ୍ଵ ଦେଇ ଆରବିଆଇ ପକ୍ଷରୁ ରେପୋ ରେଟ୍‌ରେ ୭୫ ବେସିସ ପଏଣ୍ଟ ହ୍ରାସ କରାଯାଇଥିବାବେଳେ ରିଭର୍ସ ରେପୋ ରେଟ୍‌ରେ ୯୦ ବେସିସ ପଏଣ୍ଟ କମାଯାଇଛି।ନୂଆ ରେପୋ ରେଟ୍‌ ୫.୧୫ ପ୍ରତିଶତରୁ ହ୍ରାସ ପାଇ ୪.୪% ହୋଇଛି। ଏହା ଫଳରେ ସମସ୍ତ ପ୍ରକାର ଋଣରେ ସୁଧ ହାର ହ୍ରାସ ପାଇବା ସହିତ ପୂର୍ବ ତୁଳନାରେ ଏହା ଶସ୍ତା ହେବ। ଏହା ବ୍ୟତୀତ ଆରବିଆଇ ରିଭର୍ସ ରେପୋ ରେଟ୍‌କୁ ୯୦ ବେସିସ ପଏଣ୍ଟ ହ୍ରାସ କରିଥିବାରୁ ଏହା ୪.୯୦ ପ୍ରତିଶତରେ ପହଞ୍ଚିଛି। କ୍ୟାଶ୍‌ ରିଜର୍ଭ ରେସିଓ(ସିଆରଆର) ୧୦୦ ବେସିସ ପଏଣ୍ଟ ହ୍ରାସ ପାଇଁ ୩ ପ୍ରତିଶତ କରାଯାଇଛି। ଏହା ସହିତ ଇଏମଆଇରେ ୩ମାସର ରିହାରି ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦେଇଛନ୍ତି।

ଶକ୍ତିକାନ୍ତ ଦାସ କହିଛନ୍ତି, କରୋନା ଭୂତାଣୁ ଯୋଗୁ ବିଶ୍ଵବ୍ୟାପୀ ଆର୍ଥିକ ଗତିବିଧି ପ୍ରଭାବିତ ହୋଇଛି। ଭାରତ ଉପରେ ଏହାର ପ୍ରଭାବ କେତେ ରହିବ ତାହା ବର୍ତ୍ତମାନ କହିହେବ ନାହିଁ। କିନ୍ତୁ ଅଶୋଧିକ ତୈଳ ଦର ହ୍ରାସ ଯୋଗୁ କିଛିଟା ଅଶ୍ଵସ୍ତି ମିଳିବ। କରୋନା ଯୋଗୁ ଅର୍ଥବ୍ୟବସ୍ଥା ଉପରେ ପଡ଼ିବାକୁ ଥିବା ପ୍ରଭାବକୁ ଦୃଷ୍ଟିରେ ରଖି ମନିଟାରି ପଲିସି କମିଟି ସମୟ ପୂର୍ବରୁ ସମୀକ୍ଷା ବୈଠକ କରିଛି।

Leave A Reply

Your email address will not be published.