ଏବେ ପୁଣି ଚର୍ଚ୍ଚାରେ ରାନୁ

ଆଜିର ଖବର ତାରିଖ–୦୧-୧୦-୨୦୨୧(ଶୁକ୍ରବାର)

0 338

୧. ଶାନ୍ତିସ୍ତୂପରେ ୨୧ଦିନ ଧରି ହେଉଥିଲା ବିଶ୍ବଶାନ୍ତି ମହାଯଜ୍ଞ, ଘିଅ ପରିବର୍ତ୍ତେ ୫ ଶସ୍ୟରେ ଦିଆଯାଉଥିଲା ପୂର୍ଣ୍ଣାହୁତି ।
୨. ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ଏବଂ ଅମୃତ ୨.୦ ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଆରମ୍ଭ କରିବେ ।
୩. ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସିଆଇପିଇଟି- ପେଟ୍ରୋରସାୟନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଜୟପୁରଠାରେ ଉଦ୍‌ଘାଟିତ ।
୪. ସରକାରୀ ନିଯୁକ୍ତି ବୟସସୀମା ବୃଦ୍ଧି ଦାବିରେ ଯୁବ କଂଗ୍ରେସ ଅଭିନବ ପ୍ରତିବାଦ
୫. ଓସଡାମାର ସାମୁଦ୍ରିକ ବିପର୍ଯ୍ୟୟ ପ୍ରଶମନ ତାଲିମ ଦେଖିଲେ ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଂଚଳର ପ୍ରତିନିଧି ଦଳ ।
୬. ଆଇପିଏଲ୍ : ୬ ଉଇକେଟରେ ହାଇଦ୍ରାବାଦକୁ ହରାଇଲା ଚେନ୍ନାଇ ସୁପର କିଙ୍ଗସ୍ ।
୭. ୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ‌ହେବ କାର୍ଡ଼ିଆକ କେୟାର ହସପିଟାଲ, ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ ।
୮. ଖୋର୍ଦ୍ଧା ଗ୍ରାମାଂଚଳର ୬୦ ପ୍ରତିଶତ କୋଭିଡ ପ୍ରତିଷେଧକ ଟିକା, ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପ୍ରତି ରହୁନାହିଁ ଲୋକଙ୍କ ଆଗ୍ରହ ।
୯. ଅକ୍ଟୋବର ୪ରେ ବିଜେଡିରେ ମିଶିବେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ! ।
୧୦. ପିପିଲିରେ ୭୧% ମତଦାନ, ୧୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ।
୧୧. ଅକ୍ଟୋବର ୩୧ ଯାଏ ବଢ଼ିଲା ରାଜ୍ୟରେ ଗାଡ଼ି ଫିଟନେସ୍ ଓ ଡିଏଲ ଅବଧି ।
୧୨. ୨୦୨୩-୨୪ ସୁଦ୍ଧା ଶେଷ ହେବ ନାଲକୋ ସଂପ୍ରସାରଣ କାର୍ଯ୍ୟ, ଇକ୍ବିଟି ପିଛା ୨୦% ଚୂଡ଼ାନ୍ତ ଲାଭାଂଶ ଘୋଷଣା ।
୧୩. ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ ପରିଚାଳିତ ପାରେଲସ୍ଥିତ କେଇଏମ୍‌ ହସ୍ପିଟାଲର ୨୯ ଜଣ ଡାକ୍ତରୀ ଛାତ୍ରୀଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।
୧୪. ଭୁବନେଶ୍ୱର ବିମାନ ବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ଯାତ୍ରୀ ହୋଇପଡ଼ିଥିଲେ ଅସୁସ୍ଥ ।
୧୫. ରାତାରାତି ପରିଚିତ ହୋଇଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ । ନିକଟରେ ଶ୍ରୀଲଙ୍କାର ୟୋହାନିଙ୍କ ଗୀତ ‘ମାନିକେ ମାଗେ ହିଥେ’ ଲୋକପ୍ରିୟ ହୋଇଛି । ଏହି ଗୀତକୁ ରାନୁ ମଣ୍ଡଳ ଗାଇ ପୁଣି ଲୋକଙ୍କ ନଜରକୁ ଫେରିଛନ୍ତି ।
୧୬. ବଢିଲା ନାଇଟ୍‌ କର୍ଫ୍ୟୁ କଟକଣା: ରାତି ୮ଟାରୁ ଏକାଠି ହେବା ମନା ! । ନୂଆ ଗାଇଡଲାଇନ ଅକ୍ଟୋବର ୧ରୁ ନଭେମ୍ବର ୧ ସକାଳ ଯାଏ ଲାଗୁ ହେବ । ପାର୍ବଣ ଋତୁ ପାଇଁ ସ୍ପେଶାଲ ରିଲିଫ୍ କମିଶନର ସତର୍କ କରାଇଛନ୍ତି ।
୧୭. ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା ।
୧୮. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୫୯ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୩ ହଜାର ୧୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ ହଜାର ୪୭୬ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୮୩ ଜଣ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୯୮ କୁ ବୃଦ୍ଧି ହୋଇଛି
୧୯. ଦୁର୍ଗାପୂଜା ପାଇଁ କଟକଣା: କେବଳ ୧୦ ଦିନ ପାଇଁ କଟକ-ଭୁବନେଶ୍ୱରରେ ବଦଳିବ ନାଇଟ କର୍ଫ୍ୟୁ ନିୟମ । ରାତି ୮ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ଏହି ନିୟମ ରହିବ ।
୨୦. ୪ରୁ ମାଟ୍ରିକ ପ୍ରମାଣପତ୍ର ମିଳିବ । ୩୦ ପୂର୍ବରୁ ସଂଶୋଧନ ଲାଗି ଆବେଦନ
୨୧. ଆଜି କୋଲକାତା ନାଇଟ ରାଇଡ଼ର୍ସ (କେକେଆର୍) ଓ ପଞ୍ଜାବ କିଙ୍ଗ୍ସ୍ (ପିବିକେଏସ୍) ମଧ୍ୟରେ ଖେଳାଯିବ । ଖେଳ ସମୟ ରାତି ୭:୩୦ମି. ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)
ଶୁଭସକାଳ , GOOD MORNING
ଜଣେ ଗରିବ ହେଉ କି କୋଟିପତି ମରିବାଟା ସମସ୍ତଙ୍କ ପାଇଁ ସମାନ ତେଣୁ ମୃତ୍ୟୁ ପରେବି ବଞ୍ଚିରହିବା ପାଇଁ ଧନ ନୁହେଁ ଜିଣିବାକୁ ହୁଏ ଅନ୍ୟର ମନ !!

Leave A Reply

Your email address will not be published.