ଭୁବନେଶ୍ୱର,୧୭।୧(ଏସଏସନିଉଜ)ଶେରଗଡ଼ର ଠିକାଦାରଙ୍କ ଘରେ ED ରେଡ୍; ୨.୫ କୋଟି ଟଙ୍କା ଜବତ ହୋଇଛି।୨୫ଟି ସ୍ଥାନରେ ରେଡ୍ ସହିତ ୨.୫ କୋଟି ନଗଦ ଟଙ୍କା ଜବତ ହୋଇଛି।ରେଡ ବେଳେ ଏକାଧିକ ବିଳାସପୂର୍ଣ୍ଣ ଗାଡ଼ି ସହ ଚୋରା ମଦ କାରବାରର ପ୍ରମାଣ ମିଳିଛି।ବାଲିଘାଟ ସହିତ ୨ଟି କ୍ରସର ଉପରେ ମଧ୍ୟ ରେଡ୍ କରାଯାଇଥିବା ସୂଚନା ମିଳିଛି।ମୁଖ୍ୟ ଅଭିଯୁକ୍ତ କୃପାସିନ୍ଧୁ ମୁଦୁଲି ନାଁରେ ସବୁ ଖଣିର କାଗଜପତ୍ର ଥିବା ଜଣାପଡିଛି।ରାଜ୍ୟ ବାହାରର ଲିଙ୍କ୍ ଖୋଳତାଡ଼ ପାଇଁ ୬ଟି ଟିମ୍ ଗଠନ କରାଯାଇଛି।
