ଏଥର ବେସରକାରୀ ସ୍କୁଲରେ ୨୫% ସ୍ଥାନ ସଂରକ୍ଷଣ ବିଜ୍ଞପ୍ତି

0 265

ଭୁବନେଶ୍ବର୧୫/୧(ଏସଏସନିୟୁଜ) ଶିକ୍ଷା ଅଧିକାର ଆଇନ ୨୦୦୯ ମସିହାରେ ଲାଗୁ ହେଲା ପରେ ୬ ରୁ ୧୪ ବର୍ଷ ପିଲାଙ୍କୁ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ଦେବାର ବ୍ୟବସ୍ଥା ସହ ପlରା 12.1(c) ରେ ବେସରକାରୀ ସ୍କୁଲ ରେ ଆର୍ଥିକ ଅନଗ୍ରସର ଓ ଅବହେଳିତ ଶ୍ରେଣୀର ପିଲାଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣର ନିୟମ ରହିଛି l ହେଲେ ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ଓଡିଶା ଅଭିଭାବକ ମହାସଂଘ ବହୁ ଦିନରୁ ସରକାରଙ୍କ ନିକଟରେ ଦାବୀ ଜଣାଇ ଧାରଣା, ଧର୍ମଘଟ, ଆମରଣ ଅନଶନ ଭଳି ଚରମ ପଦକ୍ଷେପ ନେଇଛି l ପ୍ରାଇଭେଟ ସ୍କୁଲମାନଙ୍କ ମନୋମୁଖୀ ଓ ଶୋଷଣର ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ି ଚଳିବା ସ୍ଥଳେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଅନେକ ଅବହେଳିତ ଶ୍ରେଣୀର ପିଲାଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପାଇବାରେ ସହାୟକ ହେବ l ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାଇ ଏଣିକି ଏହି ପିଲାମାନଙ୍କ ଆଡ଼ମିସନ ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଗୋଟେ ୱେବ ସାଇଟ ଜରିଆରେ ଅନଲାଇନ ଆଡ଼ମିସନ କରାଇବେ l ସରକାରଙ୍କ ଚିଠି ଅନୁସାରେ ସ୍ୱୀକୃତି ପାଇଥିବା ସମସ୍ତ ପ୍ରାଇଭେଟ ସ୍କୁଲ ଏହି ୱେବ ପୋର୍ଟାଲରେ ପ୍ରଥମେ ରେଜିଷ୍ଟ୍ରେସନ କରିବେ l ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ତଦାରଖ କରିବେ l ବ୍ୟବସ୍ଥା ଅନୁଯାଇ ଅବହେଳିତ ଶ୍ରେଣୀର ଯେ କୌଣସି ପିଲା ପ୍ରଥମ ଶ୍ରେଣୀରେ ଏହି ନିୟମ ରେ ଅନଲାଇନ ରେ ଆବେଦନ କଲେ +୨ ଓ +୩ ରେ ନାମଲେଖା ହେଲା ଭଳି ଆବେଦନ ପରେ ଲଟେରୀ ମାଧ୍ୟମରେ ପିଲାମାନେ ପ୍ରାଇଭେଟ ସ୍କୁଲରେ ଆଡ଼ମିସନ କରିପାରିବେ lଏହା ବ୍ୟବସ୍ଥା ଲାଗୁ କରିଥିବାରୁ ମହାସଂଘର ଅଧକ୍ଷ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟନାୟକ, ସତ୍ୟବ୍ରତ ପରିଜା ପ୍ରମୁଖ ସ୍ୱାଗତ କରିଛନ୍ତି l

Leave A Reply

Your email address will not be published.