ଏଥର ବିନା ଦର୍ଶକରେ ଆଇପିଏଲ୍

0 242

ଭୁବନେଶ୍ୱର,୪/୪(ସତ୍ୟସନ୍ଧାନ ଡେସ୍କ) କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇ ଥିବା ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲାଙ୍କ ସୂଚନା ଦେଇଛନ୍ତି। ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ସତର୍କତା ମୂଳକ ପଦକ୍ଷେପ ନେଇଛି। କେବଳ ୬ଟି ସ୍ଥାନରେ ଆଇପିଏଲ୍ ମ୍ୟାଚ ଖେଳାଯିବା ପାଇଁ ଆୟୋଜନ ହେବ। ଖେଳାଳୀଙ୍କୁ ଟିକାକରଣ ନେଇ ବିଚାର କରାଯାଉଛି। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛୁ ବୋଲି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ପ୍ରକାଶ କହିଛନ୍ତି। କରୋନା ପାଇଁ ପୂର୍ବଭଳି ବାୟୋ-ବବଲ ଭିତରେ ରହି ଖେଳାଳିମାନେ ଆଇପିଏଲ୍ ଖେଳିବେ । ଚଳିତମାସ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଆଇପିଏଲ୍-୧୪ ପଥରେ କରୋନା ପୁଣି ଥରେ ବଡ଼ କଣ୍ଟା ଭାବେ ଉଭା ହୋଇଥିବାବେଳେ କେବଳ ୬ଟି ଷ୍ଟାଡିୟମରେ ଏଥର ସମସ୍ତ ଆଇପିଏଲ୍ ମ୍ୟାଚ୍ ଖେଳାଯିବ। ଦେଶରେ ଏବେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏଭଳି ସ୍ଥିତିରେ ଷ୍ଟାଡିୟମରେ ଦର୍ଶକ ଭର୍ତ୍ତି ହେବା ଦ୍ୱାରା ସଂକ୍ରମଣ ବଢିବାର ଆଶଙ୍କା ରହୁଛି। ତେଣୁ ଏହାକୁ ଦୃଷ୍ଟି ରଖି ଗତବର୍ଷ ଭଳି ଏଥର ମଧ୍ୟ ବିନା ଦର୍ଶକରେ ଆଇପିଏଲ୍ ଆୟୋଜନ କରିବାକୁ ବିସିସିଆଇ(ବୋର୍ଡ ଅଫ୍ କ‌‌େ‌‌ଣ୍ଟ୍ରାଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ) ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.