ଫାଙ୍କା ଫାଙ୍କା ଗଡିଲା ମୋ ବସ୍

0 486

ସଂକ୍ଷେପରେ ଖବର ଆଜିର ,ତାରିଖ ୨୭/୦୫/୨୦, ବୁଧବାର
୧-ବେଜିଂ: ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ବୃଦ୍ଧି ।ଚୀନ ସେନାକୁ ଜିନ୍‌ପିଙ୍ଗଙ୍କ ନିର୍ଦେଶ ; ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ।
୨-ଜୁନ ପହିଲାରୁ ଆରମ୍ଭ ହେବ +୨ ଖାତାଦେଖା, ମୂଲ୍ୟାୟନ କେନ୍ଦ୍ରକୁ ସାନିଟାଇଜ୍ କରିବାକୁ ଜିଲ୍ଲାପାଳଙ୍କୁ ଚିଠି।
୩-କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଆଗାମୀ ୧ ମାସ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।
୪-ଆଠଗଡ଼: କ୍ବାରେଣ୍ଟାଇନ ସେଣ୍ଟରରୁ ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ହେବ କରୋନା ପରୀକ୍ଷା।
୫-ଦୀର୍ଘ ୩ ବର୍ଷ ଧରି ୨୫ ପ୍ରତିଶତରୁ କମ୍ ଛାତ୍ରଛାତ୍ରୀ ନାମଲେଖାଉଥିବା ହେତୁ ୩କଲେଜ ବନ୍ଦ ପାଇଁ ନିର୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ ; ୧୦ କଲେଜରୁ ପ୍ରତ୍ୟାହାର ହେଲା ସ୍ବୀକୃତି।
୬-ଭୁବନେଶ୍ୱର:ଜଣେ କି ଦୁଇଜଣ ଯାତ୍ରୀଙ୍କୁ ଛାଡିଦେଲେ ଫାଙ୍କା ଫାଙ୍କା ଗଡିଲା ମୋ ବସ୍ ।
୭-ଭୁବନେଶ୍ୱର:ବଢ଼ିଲା ମଧ୍ୟାହ୍ନ ଭୋଜନ ଅନୁଦାନ ରାଶି: ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ୪୯ ଓ ଉଚ୍ଚ ପ୍ରାଥମିକ ପାଇଁ ୭୪ ପଇସା ବୃଦ୍ଧି।
୮-ରାୟଗଡ଼ା ଜିଲ୍ଲାକୁ ଛାଡି ରାଜ୍ୟର ୨୯ ଟି ଜିଲ୍ଲା କରୋନା କବଳିତ, ନୂଆ କରି କରୋନା ତାଲିକାରେ ସାମିଲ ହେଲା ସୋନପୁର।
୯-କେନ୍ଦ୍ରାପଡ଼ା: ଚାରିବନ୍ଧୁଙ୍କ ଦୁଃସାହସିକ ଯାତ୍ରା,ଈସଳରରେ ଟ୍ରଲି ଯୋଡି ଦିଲ୍ଲୀରୁ ଆସିଲେ କେନ୍ଦ୍ରାପଡ଼ା।୧୭ଶହ କିଲୋମିଟରକୁ ଲାଗିଲା ସାତ ଦିନ।
୧୦-ଫେରିଲେଣି ୩,୨୧, ୮୮୧ ପ୍ରବାସୀ ଓଡ଼ିଆ, ଆସିବେ ଆଉ ୧୩ ଲକ୍ଷ।
୧୧-ଖୁବ ଶୀଘ୍ର ତୃତୀୟ ବନ୍ଦେ ଭାରତ ମିଶନ – ୬୦ଟି ଦେଶରୁ ଆସିବେ ୧ଲକ୍ଷ।
୧୨-ସୀମାରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ସେନାମୁଖ୍ୟଙ୍କ ଅଧ୍ୟକ୍ଷତାରେ ଆଜି ବସିବ ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ବୈଠକ।
୧୩-ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ସୃଷ୍ଟି ହୋଇଛି ଅସ୍ଥିରତା,ଯୋଗାଯୋଗ ଓ ଉପଗ୍ରହ ଉତକ୍ଷେପଣ ହେବ ପ୍ରଭାବିତ, ଆସିପାରେ ସୌରଝଡ !

Leave A Reply

Your email address will not be published.