ଶିବବିବାହ ଉସ୍‌ବରେ ବାବା ସୋମନାଥମହିମା କ୍ୟାସେଟ ଉନ୍ମୋଚନ

0 561

ବାରଙ୍ଗ,୨୭/୫(ଏସ୍‌ଏସ୍‌ନିୟୁଜ) ଆଜି ଥିଲା ଶିବବିବାହ ଉସ୍‌ବ ।କରୋନାପାଇଁ ଫିକା ସବୁକିଛି ପଡିଯାଇଥିଲା । ନଥିଲେ ଭକ୍ତ, ନା ବାଜୁଥିଲା ବାଜା,ଫୁଟୁଥିଲା ବାଣ ନା ଥିଲା ରୋଷଣୀ ଓ ହରିହାଟ । କେବଳ ପରମ୍ପରାକୁ ବଂଚାଇ ରଖିବାର ପ୍ରୟାସ ହୋଇଥିବାର ଦୃଶ୍ୟ ରାଜଧାନୀ ଉପକଣ୍ଠ ଢାଓାସ୍ଥିତ ବାବା ସୋମନାଥଙ୍କ ପୀଠରେ ଦେଖିବାକୁ ମିଳିଥିଲା । ବାରଙ୍ଗ ତଥା ପଟିଆ ଅଂଚଳର ପ୍ରସିଦ୍ଧ ଶେବପୀଠ ବାବା ସୋମନାଥ ମନ୍ଦିରର ଅନ୍ୟତମ ଆକର୍ଷକ ପର୍ବ ହେଉଛି ଶିବବିବାହ ଉସ୍‌ବ ।ତେବେ ଚଲିତ ବର୍ଷ କେବଳ ପରମ୍ପରା ମୁତାବକ ବିଧି ରକ୍ଷା କରିଛନ୍ତି ସିବବିବାହ କମିଟି ।ଖୈରାପଡାର ଆରାଧ୍ୟ ଶୈବପୀଠ ବାବା ଲୋକନାଥ ନିମନ୍ତ୍ରଣ ହୋଇ ଏଠାକୁ ଆସିଥିଲେ ମଧ୍ୟ ଗୋଟିଏ ମଣ୍ଡପରେ ବାବା ସୋମନାଥ ଓ ବାବା ଲୋକନାଥଙ୍କର ବିବାହ ହୋଇଥିଲା ।କନ୍ୟାପିତାଭାବେ ରଘୁନାଥପୁର ଗ୍ରାମର ଲିଙ୍ଗରାଜରାଉତ ଓ ବାଲିପଡା ଗ୍ରାମର ଅଶୋକକୁମାର ସାସମଲ ବରପିତାଭାବେ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । କେବଳ ଶିବବିବାହ କମିଟିର କର୍ମକର୍ତାମାନଙ୍କ ଗହଣରେ ଏହି ବିବାହ ଉସ୍‌ବ ଶେଷ ହାଇଥିଲା ।

ଅନ୍ୟପକ୍ଷରେ ଶିବବିବାହ ଉସ୍‌ବ ଉପଲକ୍ଷେ ସୋମନାଥଙ୍କ ଅଲୈାକିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ବାବା ସୋମନାଥ ମହିମା ନାମକ ଭିଡିଓକ୍ୟାସେଡର ଉନ୍ମୋଚନ ହୋଇଥିଲା । ମା ଯୋଗମାୟା ଟ୍ରାଭେଲ୍ସ ଓ ସତ୍ୟସନ୍ଧାନ ଓବ୍ ଚ୍ୟାନେଲର ମିଳିତ ପ୍ରଥମ ପ୍ରଡକସନ ବାବା ସୋମନାଥ ମହିମା କ୍ୟାସେଟ କୁ ,ନନ୍ଦନକାନର ପର୍ଯ୍ୟଟକପରିଚାଳନା ଦାୟିତ୍ୱରେ ଥିବା ସହକାରୀ ନିର୍ଦ୍ଦେଶକ ଅମୁଲ୍ୟ କୁମାରପରିଡା ଉନ୍ମୋଚନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସତ୍ୟସନ୍ଧାନର େଓବ୍ ଚ୍ୟାନେଲର ପରିଚାଳକ ତ୍ରିଲୋଚନ ରାଉତ, ଆଇନଜିବୀ ସମରେନ୍ଦ୍ରସାହୁ ,ନନ୍ଦନକାନନଥାନା ର ବରିଷ୍ଠ ସବ -ଇନ ସପେକ୍ଟର ନବଘନ ମଲ୍ଲିକ,ନାରିଜାଗରଣମଂଚର ସଭାନେତ୍ରୀ ତଥା ରଘୁନାଥପୁର ଗ୍ରାମପଂଚାୟତର ସମିତିସଭ୍ୟା ଝୁନାରାଉତ ,ଶିକ୍ଷାଅଧିକାରୀ ମିଲନ କୁମାରପଣ୍ଡା ,କଣ୍ଠଶିଳ୍ପୀ ବିଜୟ କୁମାରସାହୁ(କାଳୁ) ,ବିଜେପି ଭୁବନେଶ୍ୱର ଗ୍ରାମିଣମଣ୍ଡଳ ସଭାପତି ପ୍ରମୋଦକୁମାର ପଢିହାରୀ, ବାବାସୋମନାଥସେନା ର ଉପସଭାପତି ପ୍ରଦୀପଦାସ ପ୍ରମୁଖ ଏହି ଉନ୍ମୋଚନ ଉସ୍‌ବରେ ଅତିଥିଭାବେ ଯୋଗଦାନ କରିଥିଲେ । ଶିବବିବାହକମିଟି ଓ ବାରଙ୍ଗପ୍ରେସକ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.