ଫସିଗଲେ ପ୍ରଧାନ ଶିକ୍ଷୟତ୍ରୀ!

0 491

କଟକ:୨୭/୨(ଏସଏସଏନ୍) ଜଣେ ଅଭିଭାବକଙ୍କ ଠାରୁ ଲାଞ୍ଚ ନେବାକୁ ଦାବି କରି ଫସିଗଲେ ଜଣେ ପ୍ରଧାନ ଶିକ୍ଷୟତ୍ରି । ଶେଷରେ  ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି  ପ୍ରଧାନ ଶିକ୍ଷୟିତ୍ରୀ। ଅଭିଭାବକଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ଏହି ପ୍ରଧାନ ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ରଶ୍ମିପ୍ରଭା ଶତପଥୀ। ସେ ରଙ୍ଗିଣସାହି ଉପ୍ରା ସ୍କୁଲ ସ୍କୁଲରେ କାର୍ଯ୍ୟ କରନ୍ତି। ପ୍ରକାଶ ଯେ , ଏକ ପିଲାର ଜନ୍ମ ପ୍ରମାଣପତ୍ର ଦେବା ଲାଗି ସେ ଜଣେ ଅଭିଭାବକଙ୍କଠାରୁ ଲାଞ୍ଚ ଦାବି କରିଥିଲେ। ଏ ନେଇ ଅଭିଭାବକ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପରେ ପ୍ରଧାନ ଶିକ୍ଷୟିତ୍ରୀ ସମ୍ପୃକ୍ତ ଅଭିଭାବକଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

Leave A Reply

Your email address will not be published.