କଣ୍ଟାପଡ଼ା,୧୭/୧୧(ଏସଏସନିୟୁଜ) ଦୀର୍ଘଦିନଧରି ଫେରାର ଥିବା ଜଣେ ଅଭିଯୁକ୍ତକୁ ଧରିବାକୁ ପୋଲିସ ଯାଇ ହଟହଟା ହେବାକୁ ପଡିଛି । ସାଧାପୋଷାକରେ ପୋଲିସ ଯାଇଥିବାରୁ କେତେକ ଲୋକ ଏକାଠି ହୋଇ ପୋଲିସଗାଡିକୁ ଭଙ୍ଗାରୁଜାକରିବାସହ ପୋଲସିକୁ ମଧ୍ୟ ଆକ୍ରମଣ କରିଥିଲେ । ଏହିଭଳିଘଟଣା ଗୋବିନ୍ଦପୁରଥାନା ଅଧିନସ୍ଥ ବ୍ରାହ୍ମଣବାଟି ଗ୍ରାମରେ ଘଟିଛି । ବାଲିପାଟଣା ଥାନା ଅନ୍ତର୍ଗତ ଚାରିପୀଡ଼ା ଗ୍ରାମର ନବଘନ ପାତ୍ର ଏକ ଦଳିତ ଲୋକର ହାତକୁ ହାଣିଦେଇ ଦୀର୍ଘଦିନ ହେଲା ଫେରାର୍ ଥିଲା । ନବଘନ ବ୍ରାହ୍ମଣ ବାଟିରେ ଥିବା ତାଙ୍କ ବନ୍ଧୁ ଘରେ ରହିଥିବାର କୈାଣସିସୁତ୍ରରୁ ଖବରପାଇ ବାଲିପାଟଣା ପୋଲିସ ଚଢଉ କରିଥିଲା । ଅଭିଯୁକ୍ତଙ୍କୁ ଧରିବା ସମୟରେ କେତେକ ଲୋକ ପୋଲସି ଗାଡିକୁ ଭଙ୍ଗାରୁଜାକରିବା ସହ ପୋଲସିକୁ ଆକ୍ରମଣ କରିଥିଲେ ।ପରେ ଖବରପାଇ ଗୋବିନ୍ଦପୁର ପୋଲିସ୍ ପହଁଚିବାପରେ ଅଭିଯୁକ୍ତଙ୍କୁ ଧରାଯାଇଥିଲା ।ତେବେ ସାଧାପୋଷାକରେ ପୋଲିସ ଯାଇନଥିବାର ଥାନା ପକ୍ଷରୁ କୁହାଯାଇଛି ।

