ନନ୍ଦନକାନନରେ ଓୟୁଏଟିର ସ୍ବାସ୍ଥ୍ୟ ବିଶେଷଜ୍ଞ ଦଳ

0 201

ବାରଙ୍ଗ,୧୬/୧୧(ଏସଏସନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପରିଦର୍ଶନରେ ଆସିଛନ୍ତି ଓୟୁଏଟି ର ଏକ ୬ ଜଣିଆ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦଳ।ମଙ୍ଗଳବାର ଓୟୁଏଟି ର ମେଡିସିନ ବିଭାଗର ପ୍ରଫେସର ଡ଼ ସଂଗ୍ରାମ ଓ ଡାକ୍ତର ଗୀତା,ସ୍ତ୍ରୀ ରୋଗ ବିଭାଗର ଡ଼ାକ୍ତର ପୁରନ ଓ ଡାକ୍ତର ବିଜୟ ପାତ୍ର ଏବଂ ସର୍ଜରୀ ବିଭାଗର ଡାକ୍ତର ଇନ୍ଦ୍ରମଣି ନାଥଙ୍କ ସମେତ ଅନ୍ୟ ୨ ଜଣ ବିଶେଷଜ୍ଞ ଦଳ ନନ୍ଦନକାନନ ରେ ପହଞ୍ଚି ସିଂହୀ ରାଧାର ଚିକିତ୍ସା କରିବା ସହିତ ଅନ୍ୟ ସିଂହୀ ମାନଙ୍କ ବନ୍ଧ୍ୟାକରଣ ସମ୍ବନ୍ଧୀୟ ଚିକିତ୍ସା କରିଥିଲେ।ଏଥିସହ ବଜ୍ରକାପ୍ତା ମୃତ୍ୟୁ ପରେ ସେମାନେ ଖାଦ୍ୟପେୟ ଗ୍ରହଣ ନକରିବା ଓ ସେମାନଙ୍କ ଶରୀର ଦୁର୍ବଳତା ଯାଞ୍ଚ କରି ଫେରି ଯାଇଥିଲେ। (ଗୌତମରାଉତ ଙ୍କ ରିପୋର୍ଟ)

Leave A Reply

Your email address will not be published.