ନନ୍ଦନକାନନରେ ଗଡିଲା ଟ୍ରେନ

0 221

ବାରଙ୍ଗ,୧୬/୧୧(ଏସଏସନିୟୁଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ପୁଣି ଗଡିଲା ଶିଶୁ ରେଳଗାଡ଼ି।ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ସାଜିଥିବା ଏହି ଶିଶୁ ରେଳଗାଡ଼ିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୀର୍ଘ ଏକ ମାସ ଧରି ଏହା ବନ୍ଦ ରହିଥିଲା।ଗତ ମାସ ୮ ତାରିଖରେ ନୂଆ ରୁପରେଖରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏହାକୁ ଉଦଘାଟନ କରିଥିଲେ।ହେଲେ ସେହି ମାସ ୧୪ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିଶୁ ରେଳଗାଡ଼ି ଗଡିଥିଲା।ହେଲେ ଚାଲିବାର ଦିନକ ପରେ ଅର୍ଥାତ ୧୫ ତାରିଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୪୫ ଜଣ ଯାତ୍ରୀଙ୍କୁ ନେଇ ଷ୍ଟେସନକୁ ଫେରୁଥିବା ସମୟରେ ଟ୍ରେନର ପ୍ୟାନେଲ ବୋର୍ଡରେ ସର୍ଟ ସର୍କିଟ ଯୋଗୁଁ ଧୂଆଁମୟ ହୋଇଯାଇଥିଲା।ସେ କାହାର କୌଣସି କ୍ଷତି ହୋଇନଥିଲା।ଫଳରେ ସେହିଦିନ ଠାରୁ ଶିଶୁ ରେଳଗାଡ଼ି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖା ଯାଇଥିଲା।ପରେ ଏହାର ମରାମତି ସରିବା ପରେ ଉକ୍ତ ଶିଶୁ ରେଳଗାଡ଼ିର ରକ୍ଷଣାବେକ୍ଷଣ ଦାୟତ୍ଵ ନେଇଥିବା ରାଇଟସ୍ ଲିମିଟେଡ ଏହାକୁ ସବୁଜ ସଂକେତ ଦେଇଥିଲେ।ଯାହା ଫଳରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୁନର୍ବାର ଶିଶୁ ରେଳଗାଡ଼ି ଗଡିଛି।ଯାହାର ଆଜି ମଜା ନେଇଛନ୍ତି ଶିଶୁ ପର୍ଯ୍ୟଟକ।ରେଳଗାଡ଼ି ଚାଲିବାର ଆଜି ପ୍ରଥମ ଦିନରେ ୨୨୨ ଜଣ ପର୍ଯ୍ୟଟକ ଏଥିରେ ଭ୍ରମଣ କରିଛନ୍ତି। ସେଥିମଧ୍ୟରୁ ୪୭ ଜଣ ଶିଶୁ ପର୍ଯ୍ୟଟକ ଥିବା ବେଳେ ୧୭୫ ଜଣ ବୟସ୍କ ପର୍ଯ୍ୟଟକ ରହିଥିଲେ।ପ୍ରାଥମିକ ପର୍ଯ୍ୟାୟରେ ଶିଶୁ ରେଳଗାଡ଼ିଟି ଆଜିଠୁ ଦୈନିକ ସକାଳ ୧୦ ଟାରୁ ୪ ଟା ମଧ୍ୟରେ ୬ଟି ଟ୍ରିପ କରିବ।ପରବର୍ତ୍ତୀ ପର୍ଯ୍ୟାୟରେ ପର୍ଯ୍ୟଟକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଟ୍ରିପ ସଂଖ୍ୟା ବୃଦ୍ଧି କରାଯିବ ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜିତ କୁମାର ସୂଚନା ଦେଇଛନ୍ତି।(ଗୌତମରାଉତ ଙ୍କ ରିପୋର୍ଟ)

Leave A Reply

Your email address will not be published.