ଫିକା ପଡିବ ଦୀପାବଳି,ଫୁଟିବନି ବାଣ

0 586

ଭୁବନେଶ୍ବର,୩/୧୧(ଏସ ଏସ ନିୟୁଜ )ଚଳିତବର୍ଷ ଫିକା ପଡିବ ଦୀପାବଳି,ଫୁଟିବନି ବାଣ । କାରୋନା ପାଇ ଫିକା ପଡିବାକୁ ଯାଉଛି ଦୀପାବଳି ।ଏଥର ନଭେମ୍ବର ୧୦ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବାଣ ଫୁଟାଇବା ଓ ବିକ୍ରି ଉପରେ କଟକଣା ଜାରି କଲେ ରାଜ୍ୟ ସରକାର। ଶୀତ ଦିନେ ବୟସ୍କ ବ୍ୟକ୍ତି, ପିଲା, ଅନ୍ୟରୋଗ ଥିବା ବ୍ୟକ୍ତି ମାନଙ୍କର ଶ୍ୱାସଜନିତ ସମସ୍ୟା ବୃଦ୍ଧି ପାଇଥାଏ । ବାଣ ଫୁଟାଇବା ଓ ବିକ୍ରି ଉପରେ ଜାରି ହୋଇଥିବା କଟକଣା ଉଲଂଙ୍ଘନ କଲେ ଆଇନ ଅନୁସାରେ ଦଣ୍ଡ ବିଧାନ କରାଯିବ। ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ପ୍ରେସ ବିବୃତିରେ ଉଲ୍ଲେଖ କରାଯାଇଛି।

 

Leave A Reply

Your email address will not be published.