କାଳୀପୂଜା ପାଇଁ ମାଟି ଅନୁକୂଳ

0 315

ସାକ୍ଷୀଗୋପାଳ ,୩/୧୧(ଏସ ଏସ ନିୟୁଜ)ସତ୍ୟବାଦୀର  ଜଣାଶୁଣା  ତନ୍ତ୍ରପୀଠ ବୀରଗୋବିନ୍ଦପୁରର ମା ଦକ୍ଷିଣକାଳୀ ମନ୍ଦିରରେ କାଳୀପୂଜା ପାଇଁ ସୋମବାର ମାଟି ଅନୁକୂଳ ହୋଇଯାଇଛି । ପରମ୍ପରା ଅନୁସାରେ ଅନୁକୂଳଡ଼ ପରଦିନ ମୂର୍ତ୍ତିକାରିଗର ମା ଓ ବାବା ଶିବଙ୍କ ମସ୍ତକ ମାଟିରେ ତିଆରି କରିଛନ୍ତି ।  ଏହାପରେ  ମା ଓ ବାବା ଶିବଙ୍କର ଶରୀରର ମୃଣ୍ଣିୟ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ତେବେ କୋଭିଡ-୧୯ ଆଇନ ଅନୁଯାୟୀ ମହେନ୍ଦ୍ରା ବେଳାରେ ମାଙ୍କ ଆଜ୍ଞାମାଳ ନେଇ ମାଟିଅନୁକୂଳ କାର୍ଯ୍ୟ ସମ୍ପର୍ଣ ହୋଇଛି  ।ମାଙ୍କ ପାଇଁ ରାତ୍ରରେ ଶଙ୍କୁଡି ଭୋଗ କରାଯାଉଥିବାବେଳେ ପରମ୍ପରା ମୁତାବକ ମାଟିଅନୁକୂଳ ଦିନଠାରୁ ଦୀପାବଳି ପର୍ଯ୍ୟନ୍ତ ଦ୍ୱିପହର ଧୂପରେ ହେଉଥିବା ଶଙ୍କୁଡି ଭୋଗ ବନ୍ଦ ରହିଛି । ସାମାଜିକ ଦୂରତା  ସହ କୋଭିଡ ନିୟମ ଅନୁଯାଇ କାଳୀପୂଜାରେ କେବଳ ମାଙ୍କର ନୀତି କାନ୍ତି କରାଯିବ ବୋଲି ମନ୍ଦିର ଟ୍ରଷ୍ଟର ସଭାପତି ଭିକାରୀ ନନ୍ଦ, ସମ୍ପାଦକ ଶିବ ପ୍ରସାଦ ମିଶ୍ର ଓ ମାଙ୍କର ମୁଖ୍ୟ ପୂଜକ ଅଗାଧୁ ଦୀକ୍ଷିତ କହିଛନ୍ତି ।

 

Leave A Reply

Your email address will not be published.