ଫିକା ପଡ଼ିବ ନବବର୍ଷ

ଆଜିର ଖବର,ତାରିଖ - ୨୭/୧୨/୨୦୨୦(ରବିବାର)

0 408

୧. ଅଡ଼ୁଆରେ ପାକିସ୍ତାନ : ବିଆରଆଇ ପ୍ରକଳ୍ପରୁ ଓହରିପାରେ ଚୀନ୍ ।
୨. ୨୦୩୦ ବେଳକୁ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ।
୩. ମୋଦିଙ୍କ ନୂଆବର୍ଷ ଭେଟି : ଜମ୍ମୁ-କାଶ୍ମୀରରେ ମାଗଣା ସ୍ୱାସ୍ଥ୍ୟ ସେବା ।
୪. କରୋନାରୁ ସୁସ୍ଥ ହେଲେ ଆଉ ୩୭୧ । ଏଥିସହିତ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୭୪୯ କୁ ବୃଦ୍ଧି ପାଇଛି ।
୫. ରାଜ୍ୟରେ ଗୋଟିଏ ଦିନରେ ୩୩୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୮୨୦୧କୁ ବୃଦ୍ଧି ପାଇଛି ।
୬. ରାଜ୍ୟରେ ଫିକା ପଡ଼ିବ ନବବର୍ଷ , କଟକଣା ପାଇଁ ସହରବାସୀ ନିରାଶ ।
୭. ସ୍ଥାୟୀ ନିଯୁକ୍ତି ଦାବିରେ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପୀ ରାଜ୍ୟର ସମସ୍ତ ନର୍ସିଂ କର୍ମଚାରୀ କଳାବ୍ୟାଚ୍ ପରିଧାନ କରିବେ ।
୮. ପାକିସ୍ତାନକୁ ୫୦ ଲଢୁଆ ଡ୍ରୋନ୍ ଯୋଗାଇବ ଚୀନ୍ ।
୯. ୩୧ ରେ ସିବିଏସ୍ଇ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ।
୧୦. ପାକିସ୍ତାନ ଆତଙ୍କବାଦୀଙ୍କ ନୂଆ ଷଡ଼ଯନ୍ତ୍ର , ଗୁଜରାଟ ଓ ରାଜସ୍ତାନ ସୀମା ଦେଇ ଭାରତରେ ପ୍ରବେଶ ପାଇଁ ଯୋଜନା ।
୧୧. ମହାକାଶକୁ କାଠ ତିଆରି ଉପଗ୍ରହ ପଠାଇବ ଜାପାନ ।
୧୨. ଶ୍ରୀନଗର : ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ।
୧୩. ଦେଶରେ ପୁଣି ଥରେ ଆଉ ୨୨ ହଜାର ୨୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨୫୧ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଛି ।
୧୪. ଦ୍ୱିତୀୟ ଟେଷ୍ଟ୍ : ବୁମରା , ଅଶ୍ୱିନୀ ଓ ସାଇରାଜଙ୍କ ଘାତକ ବୋଲିଂ : ଅଷ୍ଟ୍ରେଲିଆ ୧୯୫ ରନରେ ଅଲଆଉଟ୍ , ଭାରତ–୩୬/୦୧
୧୫. ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ : ଓ୍ବିଲିୟମସନ ଶତକ ନିକଟବର୍ତ୍ତୀ , ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଦିନ ୨୨୨/୩ ।
୧୬. ୨୯ ରେ ଆଲୋଚନା ପାଇଁ କୃଷକ ସଙ୍ଘରାଜି ।
୧୭. ପଞ୍ଜିକୃତ ମାଲିକଙ୍କ ମୃତ୍ୟୁ ହେଲେ ଉତ୍ତରାଧିକାରୀ ପ୍ରମାଣପତ୍ର ବାଧ୍ୟତାମୂଳକ ।
୧୮. ଭାରତରେ ବଦଳିବନି କୋଭିଡ ଟ୍ରିଟ୍‌ମେଣ୍ଟ ପ୍ରୋଟୋକଲ:NTF ।
୧୯. କୋଭିଡ୍ ବିରୋଧୀ ସମୂହ ଟିକାକରଣ ପାଇଁ ଜୋରଦାର ଅଭ୍ୟାସ । ୪ଟି ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ହେବ ଟିକାକରଣର ଡ୍ରାଏ ରନ୍ । ପ୍ରତ୍ୟେକ କେନ୍ଦ୍ରରେ ଶହେ ଜଣଙ୍କୁ ଦିଆଯିବ ଡମି ଟିକା ।
୨୦. ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ, ୨ ଡିଗ୍ରି ସେଲସିଅସ୍‌ରେ ଥରୁଛି ହିସାର, ଚଣ୍ଡୀଗଡ଼
କରୋନା ଟିପ୍ସ୍ : ଘରେ ରୁହନ୍ତୁ , ସୁରକ୍ଷିତ ରୁହନ୍ତୁ । ଊସଗ୍ଦଗ୍ଧବଦ୍ଭମର ଗବଦ୍ଭଗ୍ଧବଦ୍ଭରମର କରନ୍ତୁ ଓ ମାସ୍କ୍ ପିନ୍ଧନ୍ତୁ ।

?ସୁପ୍ରଭାତ , ଶୁଭ ସକାଳ ବନ୍ଧୁଗଣ

Leave A Reply

Your email address will not be published.