ଫିକା ପଡିଗଲା ସାଗର ସ୍ନାନ

0 270

ସାକ୍ଷୀଗୋପାଳ ୮/୪(ଏସଏସନିୟୁଜ) ଫିକା ପଡିଲା ବାରୁଣୀ ବୁଡ ତଥା ସାଗରସ୍ନାନ ଯାତ୍ରା । କରୋନା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ସାଗରସ୍ନାନ ମେଳଣ ପଡିଆ ବା ବାରୁଣୀ ବୁଡ ସ୍ଥଳରେ ୧୪୪ ଧାରା ଜାରି କିରିବା ସହ ଲୋକ ମାନଙ୍କୁ ଗହଳି ନ କରିବା ପାଇଁ ବାରଣ କରାଯାଇଥିଲା । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ପୁଣ୍ୟତୋୟା ଭାର୍ଗବୀ ନଦୀର ବଳପୁର, ସୁଆଣ୍ଡୋ ସ୍ଥିତ ଭୃଗ ଘାଟରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇବା ସହ ଓଦା ଲୁଗାରେ ପିତୃ ପୁରୁଷଙ୍କ ଉଦ୍ଦ୍ୟେଶରେ ବାଲୁକା ପିଣ୍ଡ ଅର୍ପଣ କରିଥାଆନ୍ତି । ହାତଗଣତି କେତଡି ଶ୍ରଦ୍ଦାଳୁଙ୍କୁ କେବଳ ଦେଖିବାକୁ ମିଳିଥିଲା ।ପ୍ରଥା ଅନୁସାରେ ଅପରାହ୍ନରେ ବଳପୁର ଗ୍ରାମର ବାଲୁଙ୍କେଶ୍ୱର ପଟୁଆରରେ ବାରୁଣି ସ୍ନାନ ଅଭିମୁଖେ ଆସିଥିଲେ । ଆସିବା ବାଟରେ ବିଭିନ୍ନ ସ୍ଥାନରେ ଭୋଗ ଖାଇ ନଦୀକୂଳ ସ୍ଥିତ ତୀର୍ଥ ମଣ୍ଡପରେ ବିଜେ କରିଥିଲେ । ସୁଆଣ୍ଡୋର ଲୋକେଶ୍ୱର ଓ ବିଦ୍ୟାଧରପୁରର କୁଣ୍ଡେଳେଶ୍ୱର ମହାଦେବ ସୁ ସଜିତ ବିମାନ ପଟୁଆରରେ ଗ୍ରାମରୁ ବାହାରି ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ । ଚତୁଶ୍ୱମ୍ଭୁଙ୍କୁ ତୀର୍ଥର ଉଭୟପାଶ୍ୱର୍ରେ ସେବାୟତ ମାନେ ନିତୀକାନ୍ତିରେ ପୁଜାର୍ଜନା ପରେ ବୁଡପକା ପରମ୍ପରା ଆରମ୍ଭ ହୋଇଥିଲା ।କିନ୍ତରୁ କରୋନା ଦ୍ୱିତୀୟ ଲହରୀ ପାଇଁ ସବୁକିଛି ବନ୍ଦ ହୋଇଯାଇଥିଲା । ହାତ ଗଣତି କିଛି ଲୋକ ବୁଡ ପକାଇଥିଲେ ।

Leave A Reply

Your email address will not be published.