ଫରେଷ୍ଟ ଗାର୍ଡକୁ ଆକ୍ରମଣକଲା ହାତୀ

ବଡମ୍ବା,୧୬।୧(ଏସଏସନିଉଜ) ବଡମ୍ବାରେଞ୍ଜ ଅଧିନସ୍ତ ବାଣପୁର ଜଙ୍ଗଲରେ ହାତୀ ଆକ୍ରମଣରେ ନଳିନୀ ବେହେରା ନାମକ ମହିଳା ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି। ଜଙ୍ଗଲକୁ ହାତୀର ଗତିବିଧି ନଜର ରଖିବାକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡିଯିବାରୁ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେବା ସହ ଗୋଡ଼ରେ ଦଳି ଦେଇଥିଲା।ଫଳରେ ଘଟଣାସ୍ଥଳରେ ନଳିନୀ ବେହୋସ ହୋଇ ପଡ଼ିଥିଲେ ।ସାଙ୍ଗରେ ଥିବା ଅନ୍ୟ ସାଥିମାନଙ୍କୁ ହାତୀ ଗୋଡାଇଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ବାଣପୁରଗାଁ ଲୋକେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବାବେଳେ ଅବସ୍ଥା ଗୁରୁତରଥିବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।

- Advertisement -

Leave A Reply

Your email address will not be published.