ଗାଁ ଦାଣ୍ଡରେ ଜଳିଲା ଆଲୁଅ

0 317

ବାରଙ୍ଗ୨୫/୮(ଏସ ଏସ ନିୟୁଜ)ବାରଙ୍ଗବ୍ଲକ ର ଦାଢାପାଟଣା ଗ୍ରାମର ମୁଖ୍ୟ ରାସ୍ତାରେ ଲାଗିଲା ଷ୍ଟ୍ରୀଟ ଲାଇଟ,ହେଲା ଆଲୋକିକରଣ । ଗ୍ରାମବାସୀମାନଙ୍କର   ଦୀର୍ଘ ଦିନର ଦାବୀ ପୂରଣ ହେଲା । ୧ ଲକ୍ଷ ୨୨ ହଜାର ଟଙ୍କା ବିନିମୟରେ ପଞ୍ଚାୟତ ଫଣ୍ଡରୁ ଜିଲ୍ଲା ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କ ମାଧ୍ୟମରେ ୧୦ ଗୋଟି ସେନ୍ସର୍ ଷ୍ଟ୍ରୀଟ ଲାଇଟ ଲଗାଯାଇ ରାସ୍ତା ଆଲୋକିକରଣ କରାଯାଇଛି।ଦୀର୍ଘ ବର୍ଷ ଧରି ଗ୍ରାମର ବିଭିନ୍ନ ଛକ  ଏବଂ ଗ୍ରାମର ଅନେକ ରାସ୍ତା ଅନ୍ଧକାର ହୋଇ ରହିଆସୁଥିଲା।ଯାହା ଫଳରେ ଗ୍ରାମବାସୀ ରାତ୍ରି ସମୟରେ ଯାତାୟାତ ରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ।ବର୍ତ୍ତମାନ ଷ୍ଟ୍ରୀଟ୍ ଲାଇଟ୍ ଲାଗିବା ପରେ ଗ୍ରାମବାସୀ ଅନ୍ଧାରରୁ ମୁକ୍ତି ପାଇଛନ୍ତି।ଏହାକୁ ଦାଢାପାଟଣା ପଞ୍ଚାୟତର ସରପଞ୍ଚ ସ୍ୱର୍ଣଲତା ବିଶ୍ଵାଳଙ୍କ ପ୍ରତିନିଧି ହେମନ୍ତ କୁମାର ବିଶ୍ବାଳଙ୍କ  ଊଦ୍ ଘାଟିତ କରିଛନ୍ତି ।ସରକାରଙ୍କ ଏହି ଜନ ଉପଯୋଗୀ କାର୍ଯ୍ୟକୁ ଗ୍ରାମବାସୀମାନେ   ପ୍ରଶଂସା କରିଛନ୍ତି ।  (ବାରଙ୍ଗରୁ ଗୌତମରାଉତ ଙ୍କ ରିପୋର୍ଟ ) ।

 

Leave A Reply

Your email address will not be published.