ବାରଙ୍ଗ, ୨୪/୬ (ଏସଏସନିଉଜ ) ଶୁକ୍ରବାର ବିଳମ୍ବିତ ରାତିରେ ବାରଙ୍ଗଥାନା ପୋଲିସର ଦୁଇଟି ଦଳ ରାସ୍ତାବ୍ଳକିଂ କରି ଚେକିଂ କରୁଥିବାବେଳେ ଗାଈ ଚୋରିଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଥିଲେ।ସେମାନେ ହେଲେ ବିଡ଼ାନାସିଥାନା ଅଧିନସ୍ତ ତୁଳସୀପୁର ଅଂଚଳର ଏସକେ ୱାଜିଦ(୩୭), ସୟିଦ ବାବୁ (୨୮), ମଙ୍ଗଳାବାଗଥାନା ଅଧୀନ କେଶପୁରର ସେକ ଉସମାନ(୪୪), ସେକ ରିୟାଜ଼ (୩୦)।
ପ୍ରକାଶ ଯେ,ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣାଙ୍କ ନିର୍ଦ୍ଦେଶରେ ଗୋଡିସାହି ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ତ୍ରିଶୂଳିଆ ବଜାର ଏବଂ ନରାଜ ଛକ ଉପରେ ରାସ୍ତା ବ୍ଳକିକରି ଚେକି କରାଯାଇଥିଲା। ଏହି ସମୟରେ ନରାଜ ବ୍ରିଜ ଦେଇ ଦ୍ରୁତଗତିରେ ଆସୁଥିବା ଏକ ନମ୍ବର ବିହୀନ ଟାଟାଏସି ଗାଡିକୁ ପୋଲିସ ଅଟକା ଇଥିଲା।ଗାଡିଟି ଖସିଯିବାକୁ ଚେଷ୍ଟା କରିଥିବା ବେଳେ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲେ।ପରେ ଗାଡିକୁ ଯାଂଚ କରିବାପରେ ଗାଡ଼ିରେ ଅତି ଦୟନୀୟ ଅବସ୍ଥାରେ ଥିବା ୫ଟି ଗାଈକୁ ଉଦ୍ଧାର କରିଥିଲେ ପୋଲିସ। ୪ଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଗାଈ ଚୋରି କରୁଥିବା କଥାକୁ ସେମାନେ ସ୍ୱୀକାର କରିଥିଲେ।ଶନିବାର ଦିନ ୫ଟି ଗାଈଙ୍କୁ ନେଇ ଜଗତପୁରସ୍ଥିତ ଗୋ ଶାଳାରେ ପୋଲିସ ଛାଡ଼ିଥିଲା।ପୋଲିସ ୨୩୪/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି ୪ଯୁବକକୁ ଗିରଫ କରି ଶନିବାର ଦିନ କୋର୍ଟଚାଳଣ କରିଛି।

