ବାରଙ୍ଗ,୨୪।୬ (ଏସଏସନିଉଜ)ନନ୍ଦନ କାନନଙ୍କୁ ବିଶ୍ୱସ୍ତରୀୟ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।କିନ୍ତୁ ନନ୍ଦନକାନନରେ ପଶୁପକ୍ଷୀମାନଙ୍କ ମୃତୁହାର କମିବାର ନାଁ ଧରୁନାହିଁ।ରୋଗ ନିରୂପଣ ନକରିପାରିବା ଏହାର ମୁଖ୍ୟ କାରଣବୋଲି ଚର୍ଚ୍ଚା ଜୋର ଧରିଛି। ନନ୍ଦନକାନନରେ ଗତ୪ଦିନରେ ୩ଟି ପଶୁପକ୍ଷୀ ଙ୍କର ମୃତ୍ୟୁଘଟିଛି ।ବୁଧବାରଦିନ ଏକ ୮ବର୍ଷର ମାଇ ବିଲୁଆ, ଗୁରୁବାରଦିନ ମୟୁର ଓ ଶନିବାରଦିନ ଏକ ଅଣ୍ଡିରା ବଜ୍ରକାପ୍ତାର ଚିକିସ୍।ଧିନ ଅବସ୍ଥାରେ ମୃତ୍ୟୁଘଟିଛି । ଗତ ୧ମାସ ତଳେ ବଜ୍ରକାପ୍ତାଟି ହଠାତ ଅସୁସ୍ତ ହୋଇପଡିଥିଲା ।ଧୀରେଧୀରେ ଖାଇବା ମଧ୍ୟ କମାଇଦେଇଥିଲା।ଏଠାକାର ଡାକ୍ତରମାନେ ତାର ଚିକିତ୍ସା ଆରମ୍ଭ କରିବା ସହ ଇଞ୍ଜେକ୍ସନ ଓ ସାଲାଇନ ଲଗାଈଥିଲେ।କିନ୍ତୁ ଅସୁସ୍ତ ବଜ୍ରକାପ୍ତାର ସ୍ୱାସ୍ତ୍ୟରେ ଉର୍ଣ୍ଣତି ହୋଇପାରିନଥିଲା।ଗତ ୨୧ତାରିଖରେ ବଜ୍ରକପ୍ଟାର ସ୍ୱାସ୍ତ୍ୟରେ ସୁଧାର ଆଣିବାପାଇ ଓୟୁଏଟିକୁ ନିଆଯାଇ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇ ଅଣାଯାଇ ଥିଲା । ହେଲେ ଆଜି ସକାଳେ ବଜ୍ରକାପ୍ତା ପ୍ରଜଜନକେନ୍ଦ୍ର ଖୋଲିବାପରେ ଚିକିତ୍ସାଧୀନ ଥିବା ବଜ୍ରକାପ୍ତାଟି ମରି ପଡିଥିବାର କର୍ମଚାରୀମାନେ ଦେଖିବାକୁ ପାଇଥିଲେ।ଏହାର ମୃତୁ ପରେ ବଜ୍ରକାପ୍ତା ସଂଖ୍ୟା ହ୍ରାସ ପାଇ ୨୬ରେ ପହଂଚି ଥିବାର ଜଣାପଡିଛି ।
