ବାରଙ୍ଗ,୨୪ା୬(ଏସଏସନିଉଜ)ରାଜ୍ୟରେ ଆରମ୍ଭ ହୋଇଯାଇଛି ପାକ୍ମୈାସୁମୀ ବର୍ଷା ।ପ୍ରବଳଗ୍ରିଷ୍ମ ପ୍ରବାହରୁ ଜନଜୀବନ ଆଶ୍ୱସ୍ଥ ହୋଇଛି ।କିନ୍ତୁ ବର୍ଷା ଦିନ ଆସିବାରୁ ରାଜଧାନୀ ଉପକଣ୍ଠ ଏସିଆନ ରେସିଦଡେନ୍ସି କଲୋନୀବାସୀଙ୍କ ଚିନ୍ତା ବଢିଯାଇଛି ।ସାମାନ୍ୟ ବର୍ଷାରେ ଘରଆଗରେ ଆଣ୍ଠୁଏପାଣି ଜମିରହୁଥିବା ବେଳେ ଲଗାଣବର୍ଷା ହେଲେ ଘରୁ କିପରିବାହାରିବେ ତାହା ସେମାନଙ୍କ ପାଇଁ ଏବେ ପ୍ରଶ୍ନବାଚୀ ସୃଷ୍ଟିକରିଛି ।ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରସାଶନର ବହୁବାର ଦ୍ୱାରସ୍ଥ ହୋଇ କୈାଣସି ସୁଫଳ ନମିଳିଥିବାରୁ ବାଧ୍ୟ ହୋଇ ରାଜରାସ୍ତାକୁ ଆସିବାକୁ ନିଷ୍ପତି ନେଇଛନ୍ତି କଲୋନୀବାସୀ ।
ପ୍ରକାସ ଯେ,ରଘୁନାଥପୁର ଗାଁମୁଣ୍ଡରେ ରହିଛି ରେସିଦଡେନ୍ସି କଲୋନୀ ।ଏଥିରେ ୧୦୦ଟି ପରିବାର ଓ ତାପାଖରେ ୮୦ଟି ପରିବାର ରହୁଛନ୍ତି ।ଏମାନେ ବିଲ୍ଡରଠାରୁ ଜାଗା ଓ ଘରକିଣି ପ୍ରାୟ ୧୫ବର୍ଷହେବ ରହିଲେଣି ।ଶେଷପର୍ଯ୍ୟାୟ ଆଡକୁ ଯେଉଁମାନେ ଘର କରିଥିଲେ ସେମାନେ ଭାରୀଯାନରେ ଘରକରଣା ସାମଗ୍ରୀଆଣିବା ଫଳରେ ରାସ୍ତା ଦବିବା ସହ ଭାଙ୍ଗି୍ାଇଥିଲା ।ଏହାସହ ନବନିର୍ମିତ ହେଉଥିବା ଘରୁ ବାହାରିଥିବା ଅଦରକଜାରୀ ଜିନିଷ ନିଜଘରଆଗରେ ପକାଇ ରାସ୍ତା ଉଚ୍ଚା କରିବା ଫଳରେ ବର୍ଷାପାଣି ଆଉ ନିସ୍କାସନ ହୋଇପାରନଥିଲା ।ପାଣି ଜମିରହିବା ଫଳରେ ରାସ୍ତାମଧ୍ୟ ଅଧିକପରିମାଣର ଖରାପହୋଇ ସବୁସମୟରେ ଆଣ୍ଠୁଏ ଉଚ୍ଚରପାଣି ଜମିରହିଥିଲା ।
ଏହି କଲୋନୀରେ ବହୁ ସିନୟର ସିଟିଜେନ ରହିଥିବାରୁ ପାଣି ଯୋଗୁ ସେମାନେ ବାହାରକୁ ଆସିବାକୁ ନିରାପଦ ମଣୁନାହାନ୍ତି ।ଏହାସହ ଦରକାର ସମୟରେ ଖାଲଢିପ ସହ ପାଣି ଜମି ରହିଥିବାରୁ ସ୍କୁଲବସ, ଅଟୋ ମଧ୍ୟ ଘରପାଖକୁ ଆସୁନାହାନ୍ତି ।ରାତିଅଧିଆ ଆବଶ୍ୟକତା ବେଳେ ଘରପାଖକୁ କୈାଣସି ଟ୍ରାଭେଲ୍ସ ଗାଡି ମଧ୍ୟ ଆସୁନାହିଁ ବୋଲି କଲୋନୀବାସୀ ଅଭିଯୋଗ କରିଛନ୍ତି ।ତେବେ ବିଲ୍ଡର ଏହି ରାସ୍ତାକୁ ଭୁବନେଶ୍ୱର ବ୍ଲକକୁ ହସ୍ତାନ୍ତର କରିଥିବାବେଳେ ପ୍ରଶାସନିକ ଉଦାସିନତା ସେମାନଙ୍କ ପାଇଁ କାଳ ସାଜିଛି ।ରାସ୍ତାର ମରାମତି ପାଇଁ ବହୁବାର ପ୍ରସାଶନର ଦୃଷ୍ଟିଆକର୍ଷଣ କଲୋନୀବାସୀ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରିନାହିଁ ।ଆଗକୁ ବର୍ଷା ଆସୁଥିବାରୁ କଲୋନୀବାସୀଙ୍କର ଚିନ୍ତା ବଢିଯାଇଛି ।ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ବାଧ୍ୟ ହୋଇ ରାଜରାସ୍ତାକୁ କଲୋନୀବାସୀଆସିବାକୁ ହେଉଥିବାର ଜଣାପଡିଛି।
