୨୫-୬-୨୦୨୩(ରବିବାର)ରାତ୍ରି ଘ୧୨।୪୦ ଗତେ ଐଶାନ୍ୟେ ଯାତ୍ରାଶୁଭ । ବୃଷ ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର । ଦିବା ଘ୧୦।୧୦ ଗତେ ଘ୧।୩୦ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୧୦ ଗତେ ଘ୨।୩୧ ମଧ୍ୟେ କାଳରାତ୍ରି । ମୃତେ ଦ୍ଵିପାଦ ଦୋଷ । ଫଳଂ କୃଷି ଓ ପଶୁ ହାନି । ଭୂମି ଓ ଅନ୍ନ ଦାନ । ଦିବା ଘ୧୧।୬ ଗତେ ତ୍ରିପାଦ ଦୋଷ ।ଫଳଂ ସମ୍ପଦ ହାନି । ଭୂମି ଓ ଅନ୍ନ ତିଳକାଞ୍ଚନ ଦାନ । ରାତ୍ରି ଘ୧୨।୪୦ ଗତେ ଦ୍ବିପାଦ ଦୋଷ ।ଫଳଂ କୃଷି ଓ ସନ୍ତାନ ହାନି । ଭୂମି ଓ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୧୧।୬ ମଧ୍ୟେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧିବା । ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ । ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ତାଳ ଭକ୍ଷଣ ନିଷେଧ ।ଅମୃତ – ଦିବା ଘ୬।୪୯ ଗତେ ଘ୯।୧୩ ମଧ୍ୟେ ଘ୧୧।୩୭ ଗତେ ଘ୨।୧ ଗତେ ରାତ୍ରି ଘ୮।୦ ମଧ୍ୟେ ଘ୧୧।୧୨ ଗତେ ଘ୧।୩୬ ମଧ୍ୟେ ।ମାହେନ୍ଦ୍ର – ଦିବା ଘ୩।୩୭ ଗତେ ଘ୪।୨୫ ମଧ୍ୟେ ।
ମେଷ:- ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରନ୍ତୁ, ଚାକିରି ବୃତ୍ତିରେ ଲାଭ ପାଇବେ। ପରିବାରରେ କାହାରି ବିବାହ ତାରିଖ ଧାର୍ଯ୍ୟ ହୋଇପାରେ। ସ୍ବାସ୍ଥ୍ୟ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।
ବୃଷ:- କର୍ମକ୍ଷେତ୍ରରେ ସଫଳତା ପାଇବେ। ଆୟ ବୃଦ୍ଧି ହେତୁ ଖୁସି ହେବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।
ମିଥୁନ:- ଆପଣଙ୍କର ପରାକ୍ରମ ବୃଦ୍ଧି ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପିଲାମାନଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ।
କର୍କଟ:- ପୂର୍ବରୁ କରିଆସୁଥିବା କାମରେ ଲାଭ ପାଇବେ। ଆପଣଙ୍କର ନମ୍ର ସ୍ବଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ବିବାଦ ରୁ ଦୂରରେ ରହିବେ।
ସିଂହ:- ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ଆକର୍ଷିତ କରିବ। ଆମଦାନିର ନୂଆ ରାସ୍ତା ଉନ୍ମୁକ୍ତ ହେବ। ପ୍ରତିଯୋଗିତାମୂଳକ କାର୍ଯ୍ୟରେ ଉପକୃତ ହେବେ। ବିଦ୍ୟାର୍ଥୀ ମାନେ ଅଧ୍ୟୟନରେ ଭଲ ଉନ୍ନତି କରିବେ।
କନ୍ୟା:- ଆଜି କିଛି ଦ୍ଵନ୍ଦ ଭିତରକୁ ଟାଣି ହୋଇ ପାରନ୍ତି।ଆପଣଙ୍କ ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବନ୍ଧୁ ସହିତ ବାହାରକୁ ବୁଲି ଯାଇପାରନ୍ତି। ରାଜନୀତିରେ ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ହେବ।
ତୁଳା:- କାର୍ଯ୍ୟରେ ସଫଳତା ପାଇବେ।ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। ବନ୍ଧୁଠାରୁ ଶୁଭ ଖବର ପାଇବେ। ବ୍ୟବସାୟ ପାଇଁ ଭଲ ସୁଯୋଗ ପାଇବେ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
ବିଛା:- ପାରିବାରିକ ସମାସ୍ଯା ସମାଧାନ ହେବ।ପିତାଙ୍କର ଆଦେଶ ଲାଭଦାୟକ ରହିବ।ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବାପାଙ୍କ ମାଧ୍ୟମରେ ଯଥେଷ୍ଟ ଲାଭ ପାଇବେ। ବେକାରଙ୍କୁ ରୋଜଗାର ମିଳିବାର ସମ୍ଭାବନା ରହିଛି।
ଧନୁ:- ନକାରାତ୍ମକ ବିଚାର ମନକୁ ବିଚଳିତ କରିପାରେ। ପ୍ରଭୁଙ୍କୁ ସ୍ମରଣ କରନ୍ତୁ ସବୁ ଠିକ୍ ହୋଇଯିବ। ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ପାରିବାରିକ ଅସୁବିଧା ଦୂର ହେବ।
ମକର:- ମାନସିକ ଶାନ୍ତି ପ୍ରାପ୍ତ ହେବ।ସମୟ ଆପଣଙ୍କ ଲାଗି ବହୁତ ଭଲ। ପ୍ରଶଂସା ମିଳିବା ହେତୁ ମନ ଖୁସି ରହିବ। ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ତ୍ବପୂର୍ଣ୍ଣ ବୈଠକ ହେବ।ଦୂରଯାତ୍ରା କରି ପାରନ୍ତି।
କୁମ୍ଭ:- ଆପଣଙ୍କର କୌଣସି ଇଚ୍ଛା ପୂରଣ ହେବ। ସବୁ କାମ ଛାଡ଼ି ସାଥୀଙ୍କ ସହିତ କଥାବାର୍ତ୍ତା କରିବେ। ଶତ୍ରୁଙ୍କ ଷଡ୍ଯନ୍ତ୍ର ପ୍ରଘଟ ହୋଇଯିବ। ବୈବାହିକ ଜୀବନରେ ସୁଖୀ ରହିବେ। ସନ୍ତାନ ମାନେ ଆଜ୍ଞାକାରି ହେବେ।
ମୀନ:- ଦିନଟି ଶୁଭପ୍ରଦ। ସବୁ ସମସ୍ୟାର ସମାଧାନ ବାହାରିବ। ନେତା ଓ ଉଚ୍ଚାଧିକାରୀଙ୍କ ସହଯୋଗ ପାଇବେ। ପାରିବାରିକ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ।ଜୟଜଗନ୍ନାଥ, ଜୟସୋମନାଥ, ଜୟମା ଯୋଗମାୟା!!
ଆଜିର ରାଶିଫଳ
Next Post
