ବାରଙ୍ଗ, ୨୪/୬ (ଏସଏସନିଉଜ) ରାଜଧାନୀ ଉପକଣ୍ଠ ରଘୁନାଥପୁର ଗ୍ରାମର ରାକେଶ କୁମାର ପଢ଼ିହାରିଙ୍କ ଘରୁ ତାଙ୍କର ଏକ ସାଢେ ତିନିଭରି ଓଜନର ସୁନାଚେନ ଚୋରି ହୋଇଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି।ସୂଚନା ମୁତାବକ ରାକେଶ ତାଙ୍କ ପରିବାରର ଗ୍ରହ ଶାନ୍ତି ନିମନ୍ତେ ପୂଜାର୍ଚ୍ଚନା ପାଇଁ ଶନିବାର ସକାଳେ ଦୁଇଜଣ ନାଗା ସାଧୁଙ୍କୁ ଘରକୁ ଡାକିଥିଲେ।ଏହି ସମୟରେ ସେ ନିଜର ସୁନା ଚେନକୁ ଟେବୁଲ ଉପରେ ରଖି ଘର ଭିତରକୁ ଯାଇଥିଲେ।ଘରୁ ବାହାରକୁ ଆସିବା ପରେ ଟେବୁଲ୍ ଉପରେ ତାଙ୍କର ସୁନାଚେନ ନଥିବା ଦେଖିବାକୁ ଲାଇଥିକ।ଏଥିସହ ଉକ୍ତ ଦୁଇଜଣ ନାଗା ସାଧୁ ମଧ୍ୟ ଘଟଣାସ୍ଥଳରୁ କେଉଁଆଡେ ଚାଲି ଯାଇଥିଲେ।ଏହି ଦୁଇଜଣ ସାଧୁ ଏକ ବାଇକରେ ଉକ୍ତ ସ୍ଥାନକୁ ଆସିଥିଲେ।ତେବେ ସୁନା ଚେନ ଚୋରି ଘଟଣାରେ ନାଗା ସାଧୁ ସଂପୃକ୍ତ ରହିଥିବା ଅନୁମାନ କରି ରାକେଶ ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ପୋଲିସ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଜାରିରଖିଛି।(ଗୌତମ ରାଉତଙ୍କ ରିପୋର୍ଟ)
