ଗାଡି ଚାଳକଙ୍କୁ ଆଶ୍ୱସ୍ତି ।ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ, କିମ୍ବା ପଲ୍ୟୁସନ ଏବଂ ପରମିଟର ବୈଧତା ବଢିଲା

0 90

ଭୁବନେଶ୍ବର:୩୧/୩(ଏସଏସଏନ୍) ଗାଡି ଚାଳକଙ୍କୁ ଆଶ୍ୱସ୍ତି । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ଫେବ୍ରୁଆରୀରେ ଅବଧି ସରିଥିବା ଗାଡି କାଗଜପତ୍ରର ନବୀକରଣର ଆବଶ୍ୟକତା ନାହିଁ । ବର୍ତ୍ତମାନ ପରିସ୍ଥିତିରେ ଏହା ଜୁନ ଯାଏଁ ବୈଧ ବିବେଚନା କରାଯିବ । ତେବେ ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ପରମିଟ୍ କ୍ଷେତ୍ରରେ ବି ଏହି ସର୍ତ୍ତ ଲାଗୁ ହେବ ବୋଲି କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆପଣଙ୍କର ଗାଡିର ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ, କିମ୍ବା ପଲ୍ୟୁସନ ଏବଂ ପରମିଟର ବୈଧତା ଏହି ସମୟରେ ସରୁଛି ତେବେ ଏଥିପାଇଁ ଆପଣଙ୍କୁ ଏବେ ଆଉ କୌଣସି ପ୍ରମାଣପତ୍ରର ନବୀକରଣ କରିବାକୁ ପଡିବ ନାହିଁ । କାରଣ ଏହା ବର୍ତ୍ତମାନ ଆପଣାଛାଏଁ ଜୁନ୍ ୩୦ ତାରିଖ ଯାଏଁ ନବୀକରଣ ହୋଇଯିବ । ଏପରିକି ବାଟରେ ଯଦି ଆପଣଙ୍କୁ କୌଣସି ଟ୍ରାଫିକ୍ ଅଧିକାରୀ ଅଟକାନ୍ତି ଗାଡି ଯାଂଚ କରନ୍ତି ଏବଂ ଏହି ସମୟରେ ଯଦି ଆପଣଙ୍କ ଗାଡିର ଡିଏଲ କିମ୍ବା ଅନ୍ୟ କୌଣସି ଗାଡି ପ୍ରମାଣପତ୍ରର ବୈଧତା ଶେଷ ହୋଇଯାଇଥିବ ତେବେ ଏଥିପାଇଁ ଆପଣଙ୍କଠାରୁ ଜରିମାନା ଆଦାୟ କରିପାରିବ ନାହିଁ ପୁଲିସ୍ । ଏନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.