ଗଡିବନି ଜଗା ର ରଥ:ନିରାଶ ହେଲେ ଜଗନ୍ନାଥ ପ୍ରେମୀ

0 287

ଭୁବନେଶ୍ବର:୧୮/୬(ଏସଏସଏନ୍)ଚଳିତ ବର୍ଷ ଗଡିବନି ବିଶ୍ବ ବ୍ରହ୍ମାଣ୍ଡ ଠାକୁର ଜଗନ୍ନାଥ ,ବଳଭଦ୍ର ଓ ମା ଶୁଭଦ୍ରା ଙ୍କ ରଥ । ସୁପ୍ରିମକୋର୍ଟଙ୍କ ରାୟ ପରେ ସବୁ ଚର୍ଚ୍ଚା ଓ ଆଲୋଚନରେ ପୂର୍ଣ୍ଣଛେଦ ପଡିଛି । ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ବନ୍ଦ ରଖିବାକୁ ସୁପ୍ରିମକୋର୍ଟ ରାୟରେ ଶୁଣାଇଛନ୍ତି ।ରଥଯାତ୍ରା ବନ୍ଦ ନେଇ ଓଡ଼ିଶା ବିକାଶ ପରିଷଦ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ସୁପ୍ରିମକୋର୍ଟ ମୁଖ୍ୟବିଚାରପତିଙ୍କୁ ନେଇ ଏକ ତିନି ଜଣିଆ ଖଣ୍ଡପୀଠ ଗଠନ କରାଯାଇଥିଲା । ଏହି ଖଣ୍ଡପୀଠ ମାମଲାର ଶୁଣାଣୀ କରି ରାୟ ପ୍ରକାଶ କରିଛନ୍ତି । କୋର୍ଟଙ୍କ ରାୟ ପରେ ରଥଯାତ୍ରା ବନ୍ଦ ରହିବା ନିଶ୍ଚିତ ହୋଇଛି ।
ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପୁଛି । କରୋନାକୁ ଦୃଷ୍ଟିରେ ରଖି ସରକାର ୧୧ଟି ଜିଲ୍ଲାରେ ସପ୍ତାହର ଶନି ଓ ରବିବାରକୁ ସଟଡାଉନ ଘୋଷଣା କରିଛନ୍ତି । ଏଥିସହିତ କରୋନା ଯୋଗୁଁ ରଜପର୍ବ ପାଳନ ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା । ଏପରି ସ୍ଥଳେ ରଥଯାତ୍ରା ବିପଦଜନକ ପରିସ୍ଥିତି ସୃଷ୍ଟି କରିପାରେ । ତେଣୁ ରଥଯାତ୍ରା ବନ୍ଦ କରିବାକୁ ଓଡ଼ିଶା ବିକାଶ ପରିଷଦ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।
ମହାମାରୀ କରୋନା ସମୟରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ନେଇ ସାଧାରଣରେ ସଂଶୟ ଲାଗି ରହିଥିଲା । ଗୋଟିଏ ପଟେ ସରକାର ରଥ ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତିରେ ଆଗେଇ ନେଇଥିବା ବେଳେ ସ୍ନାନଯାତ୍ରାକୁ କଟକଣା ମଧ୍ୟରେ ସୁବ୍ୟବସ୍ଥିତ ଢଙ୍ଗରେ ସମ୍ପାଦିତ କରିଥିଲେ । ଏଥିସହିତ ରଥ ପ୍ରତିଷ୍ଠାକୁ ଅନୁମତି ମଧ୍ୟ ମିଳିସାରିଥିଲା । ଏପରିକି ବଡଦାଣ୍ଡରୁ ଉଠାଦୋକାନୀକୁ ହଟାଇବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏହି ପରିପ୍ରେକ୍ଷୀରେ ରାଥଯାତ୍ରା ବନ୍ଦ ଜଗନ୍ନାଥ ପ୍ରେମୀଙ୍କୁ ନିରାଶ କରିଛି ।

Leave A Reply

Your email address will not be published.